Advertisement

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଲାଣୀ ସେଲ ଖଣି ପରିଦର୍ଶନ

ବଡ଼ବିଲ, ୧୩।୮(ସ୍ବ.ପ୍ର.)- କେନ୍ଦୁଝର ଜିଲା ବଲାଣି ଥାନା ଅନ୍ତର୍ଗତ ସେଲ(ଷ୍ଟିଲ ଅଥରୀଟି ଅଫ ଇଣ୍ଡିଆ ଲିମିଟେଡ)ର ବଲାଣି ଲୌହ ଖଣିକୁ ସୋମବାର ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରିଦର୍ଶନ କରିଛନ୍ତି। ହେଲିକପ୍ଟର ଯୋଗେ ସେ ଝାଡ଼ଖଣ୍ଡର ନୂଆମୁଣ୍ଡିରେ ଓହ୍ଲାଇବା ପରେ ସେଠାରୁ ବଲାଣି ସେଲ ଖଣିର ‘ଜି’ ଏରିଆ ପରିଦର୍ଶନ କରିଥିଲେ। ଏଠାକାର ଖଣିକାର୍ଯ୍ୟ, ହପର, ପରିବହନ ଓ ବିଭିନ୍ନସ୍ଥାନ ଦେଖିବା ପରେ ପୁଣି ଝାଡ଼ଖଣ୍ଡର ମେଘାହାତୁବୁରୁ ଅଭିମୁଖେ ଗସ୍ତ କରିଥିବା ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share