ଭୁବନେଶ୍ୱର, ୩।୬(ବ୍ୟୁରୋ): ଇସ୍ତଫାପତ୍ର ପ୍ରତ୍ୟାହାର କରିବେ ଜଗନ୍ନାଥ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଜଗନ୍ନାଥ ନିଜର ଇସ୍ତଫା ନେଇ ନିଷ୍ପତ୍ତି ବଦଳାଇଥିବା ଜଣାପଡ଼ିଛି। ମଙ୍ଗଳବାର ଜଗନ୍ନାଥ ଭାଜପାରୁ ଇସ୍ତଫା ଦେଇଥିଲେ। ଭୁବନେଶ୍ୱର ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଥିବା ସେ କହିଥିଲେ।