Advertisement
Categories: ଜାତୀୟ

କେନ୍ଦ୍ରରେ କଂଗ୍ରେସକୁ ଡ୍ରାଇଭର ସିଟ୍‌ ଦେବୁନି: କେସିଆର୍‌

ନୂଆଦିଲ୍ଲୀ/ହାଇଦ୍ରାବାଦ୍‌,୧୫ା୫ : କେନ୍ଦ୍ରରେ କାହାକୁ ସଂଖ୍ୟାଗରିଷ୍ଠତା ମିଳିବ, କାହା ନେତୃତ୍ୱରେ କେନ୍ଦ୍ର ସରକାର ଗଠନ ହେବ, ସେନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଗଲାଣି। ତେବେ ଆଞ୍ଚଳିକ ଦଳଗୁଡ଼ିକୁ ନେଇ ଗଠିତ ସଂଘୀୟ ମେଣ୍ଟ ବିପୁଳ ବିଜୟ ହାସଲ କରିବ ବୋଲି ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ଅଧ୍ୟକ୍ଷ କେ. ଚନ୍ଦ୍ରଶେଖର ରାଓ(କେସିଆର୍‌) କହିଛନ୍ତି।
ନମ୍ବରଠାରୁ ଆମେ ପଛରେ ରହିଲେ କଂଗ୍ରେସର ସମର୍ଥନ କଥା ବିଚାରକୁ ନେବୁ ବୋଲି କହି ଡ୍ରାଇଭର ଆସନ କଂଗ୍ରେସକୁ ଦେବୁ ନାହିଁ ବୋଲି ସେ ମତ ଦେଇଛନ୍ତି। ଅଣଭାଜପା ଓ ଅଣକଂଗ୍ରେସ ସଂଘୀୟ ମେଣ୍ଟ ସପକ୍ଷରେ ସେ ଯୁକ୍ତି ବାଢ଼ିଥିଲାବେଳେ କଂଗ୍ରେସ ବାହାରୁ ସରକାରକୁ ସମର୍ଥନ ଦେଇପାରିବ ବୋଲି କହିଛନ୍ତି। ନିର୍ବାଚନ ଫଳାଫଳ ଆସିବା ପରେ ଆଞ୍ଚଳିକ ଦଳଗୁଡ଼ିକ ଏକାଠି ବସି ସର୍ବସମ୍ମତିକ୍ରମେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବାଛିବେ। ଭାଜପା ସହ ସଂଘୀୟ ମେଣ୍ଟ କରିବାର ପ୍ରଶ୍ନ ଉଠୁନାହିଁ ବୋଲି କେସିଆର୍‌ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share