Categories: ରାଜ୍ୟ

କେନ୍ଦ୍ରାପଡ଼ାରେ ୮ ଘଣ୍ଟିଆ ବନ୍ଦ ଡାକରା: ମହାକାଳପଡ଼ା, ରାଜନଗରରେ ଏହାର ପ୍ରଭାବ

କେନ୍ଦ୍ରାପଡ଼ା ଅଫିସ/ମହାକାଳପଡ଼ା/ରାଜନଗର ୧୭।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଗୁଲାମୁଣ୍ଡାରେ ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣାରେ ବୁଧବାର ଜିଲାବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ସମସ୍ତ ଦୋକାନବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ଘଟଣାକୁ ୪ ଦିନ ବିତିଯାଇଥିଲେ ମଧ୍ୟ ଏ ଯାଏ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏହାକୁ ପ୍ରତିବାଦ କରି ଜିଲା ବଣିକ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

ମହାକାଳପଡ଼ା ବ୍ଲକ ଅଧୀନ ଜମ୍ବୁ ମାର୍ଶାଘାଇ ମୁଖ୍ୟ କେନାଲ ବନ୍ଧ ମହାକାଳପଡ଼ା ଛକଠାରେ ବଜରଙ୍ଗ ଦଳ ପକ୍ଷରୁ ରାସ୍ତାରୋକୋ କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଦଳ ପକ୍ଷରୁ ରାସ୍ତାରେ ଟାୟାର ଜାଳି ନାରା ଦିଆଯାଇଛି। ଫଳରେ ସାଧାରଣ ଲୋକଙ୍କ ଯାତାୟାତରେ ସମସ୍ୟା ଉପୁଜିଛି। କାହ୍ନୁ ଚରଣ ପରିଡାଙ୍କ ନେତୃତ୍ୱରେ ବହୁ ବଜରଙ୍ଗ କର୍ମୀ ଯୋଗ ଦେଇଛନ୍ତି। ରାଜନଗରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି।

Share