କେନ୍ଦ୍ରାପଡ଼ା ଜଳକ୍ଳିଷ୍ଟ ଜିଲା

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରାପଡା ଜିଲାକୁ କେନ୍ଦ୍ର ସରକାର ଜଳକ୍ଳିଷ୍ଟ ଜିଲା ବୋଲି ଘୋଷଣା କରିଛନ୍ତି। ତେଣୁ ଜଳକଷ୍ଟକୁ ଦୂର କରିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଜିଲା ଜଳନିକାସ ବିଭାଜନ ଦ୍ୱାରା ପାଟନାଳୀମାନଙ୍କରେ ୯୯ ଆଡିବନ୍ଧ କରାଯାଇ ୨୦୯୦ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି। ୨୦୧୯-୨୦ରେ ୭ ଆଡିବନ୍ଧ କାର୍ଯ୍ୟ ଚାଲୁ ରହିଛି। ୨୨ ନୂତନ ଆଡିବନ୍ଧ ନିର୍ମାଣ କାର୍ଯ୍ୟ ୪ କୋଟି ୫ ଲକ୍ଷ ଟଙ୍କା ବ୍ୟୟରେ ହାତକୁ ନିଆଯାଇଛି ବୋଲି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଗୁରୁବାର କହିଛନ୍ତି। ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏହା କହିଛନ୍ତି। ନିଆଯାଇଥିବା ଯୋଜନା ଦ୍ୱାରା ପ୍ରାୟ ୧୩୩୦ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ ବୋଲି କୁହାଯାଇଛି।

Share