କେନ୍ଦ୍ରାପଡା ଅଫିସ,୨୧ା୬: କେନ୍ଦ୍ରାପଡା ଜିଲାରେ ରବିବାର ୫ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୩ରେ ପହଞ୍ଚିଛି। ଅପ୍ରେଲ ୭ରେ ଜିଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପ୍ରଥମ ୧୦୦ ଟପିବା ପାଇଁ ଜୁନ ୧ ତାରିଖ ପର୍ଯ୍ୟନ୍ତ ସମୟ ଅବଧି ଥିବା ବେଳେ ପରବର୍ତ୍ତୀ ୧୦୦ ପାଇଁ ମାତ୍ର ୨୦ ଦିନ ଲାଗିଛିା ଆକ୍ରାନ୍ତଙ୍କ ମଧ୍ୟରୁ ୧୯୭ ଜଣ ପ୍ରବାସୀ ଅଛନ୍ତି । ଅନ୍ୟ ୬ ଜଣ ଦୁଇଟି ସଙ୍ଗରୋଧ କେନ୍ଦ୍ରର ଆଶା କର୍ମୀ, ସ୍ବାସ୍ଥ୍ୟ କର୍ମୀ ଓ ସଫେଇ କର୍ମଚାରୀ ଅଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ଅଧିକାଂଶ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅଦ୍ୟାବଧି ୧୪ ଜଣ ସଂଗରୋଧ କେନ୍ଦ୍ରରୁ ଘରକୁ ଯିବାପରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଏଯାବତ୍ କୌଣସି ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ନାହିଁ।