‘କେନ୍ଦ୍ରୀୟ ଅନୁଦାନକୁ ହରିଲୁଟ କରିଛନ୍ତି ରାଜ୍ୟ ସରକାର’: ଅମିତ ଶାହ

ଡୁବୁରୀ/କାଳିଆପାଣି, ୨୮ା୪(ଡି.ଏନ.ଏ): ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ୫ବର୍ଷ ମଧ୍ୟରେ ୫ଲକ୍ଷ ୫୬ ହଜାର କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି। ହେଲେ ଏହି ଅର୍ଥକୁ ବିଭିନ୍ନ ଉପାୟରେ ରାଜ୍ୟ ସରକାର ହରିଲୁଟ କରିଛନ୍ତି ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି।
ଶନିବାର ସୁକିନ୍ଦା ନିର୍ବାଚନମଣ୍ଡଳୀ ଡୁବୁରୀ ଇନ୍ଦିରା ପଡିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଶାହ କହିଥିଲେ ଯେ, ଦେଶରେ ମୋଦି ସରକାର ରାଜ୍ୟର ବିକାଶ ପାଇଁ ହଜାର ହଜାର କୋଟି ଟଙ୍କା ଦେଇଥିବାବେଳେ ତାହା ଲୋକଙ୍କ କାମରେ ଆସିନାହଁି। ଫଳରେ ଆଜି ବି ଲୋକଙ୍କ ନିକଟରେ ସର୍ବନିମ୍ନ ସୁବିଧା ସୁଯୋଗ ପହଞ୍ଚିପାରି ନାହଁି। ଏବେ ବି ପିଇବା ପାଣି, ରାସ୍ତା, ବିଜୁଳି ଭଳି ମୌଳିକ ସମସ୍ୟା ଲାଗି ରହିଥିବାବେଳେ ଡାକ୍ତରଖାନାରେ ଡାକ୍ତର ନ ଥିବାରୁ ଲୋକେ ସ୍ବାସ୍ଥ୍ୟସେବା ପାଇପାରୁ ନାହାନ୍ତି। କେନ୍ଦ୍ରରୁ ଆସୁଥିବା ଅନୁଦାନ ଅର୍ଥମନ୍ତ୍ରୀ, ବିଧାୟକ ଓ ଏମ୍‌ପିମାନେ ମିଳିମିଶି ହରିଲୁଟ କରୁଛନ୍ତି। ରାଜ୍ୟରେ ଭାଜପା ସରକାର ଆସିଲେ ଏହାର ଖୁଲାସା ହେବ ବୋଲି ଶାହ କହିଥିଲେ। ଚିଟ୍‌ଫଣ୍ଡରେ ସମ୍ପୃକ୍ତ ଥିବା ଲୁଟେରାଙ୍କୁ ସରକାର ଆସିବାର ୯୦ଦିନ ମଧ୍ୟରେ ଜେଲ ପଠାଇ ଦିଆଯିବ ବୋଲି ଶାହ କହିଛନ୍ତି।
ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି ଯେଉଁ ବ୍ୟକ୍ତି ୨୦ ବର୍ଷ ହେଲା ଓଡ଼ିଆ ଶିଖିପାରିଲେ ନାହିଁ; ସେ କ’ଣ ଓଡ଼ିଆଙ୍କ ସମସ୍ୟା ବୁଝିବେ ବୋଲି ଶାହ ପ୍ରଶ୍ନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ପାଇଁ ଦିନକୁ ୧୮ଘଣ୍ଟା କାମ କରୁଛନ୍ତି। ଦେଶର ବିକାଶ ତଥା ସାର୍ବଭୌମତ୍ୱ ରକ୍ଷା କରିବା କ୍ଷେତ୍ରରେ କାହା ସହ ମୋଦି ସରକାର ସାଲିସ କରିବାର ପ୍ରଶ୍ନ ଉଠୁନାହଁି ବୋଲି ମଧ୍ୟ କହିଥିଲେ। ଏଥିସହ ଶାହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରିଥିଲେ ା
ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁକିନ୍ଦା ବିଧାୟକଙ୍କୁ ସମାଲୋଚନା କରିବା ସହ ତାଙ୍କ ବାପା ପ୍ରଫୁଲ୍ଲ ଘଡ଼େଇ ରାଜ୍ୟ ସରକାରରେ ବିଭିନ୍ନ ବିଭାଗର ମନ୍ତ୍ରୀ ଥିଲେ ମଧ୍ୟ ସୁକିନ୍ଦାବାସୀଙ୍କ ପାଇଁ କୌଣସି କାମ କରି ନ ଥିବା କହିଥିଲେ। ଭାଜପା ଓଡ଼ିଶା ପ୍ରଭାରୀ ଅରୁଣ ସିଂ, ପୂର୍ବତନ ମନ୍ତ୍ରୀ ସମୀର ଦେ ପ୍ରମୁଖ ରାଜ୍ୟ ସରକାରଙ୍କ ସମୟ ସରିଗଲାଣି ଓ ପଦ୍ମ ଫୁଲ ଫୁଟିବା ଆରମ୍ଭ କଲାଣି ବୋଲି ମନ୍ତବ୍ୟ ଦେଇଥିଲେ। ଏହି ସଭାରେ ଯାଜପୁର ଲୋକସଭା ପ୍ରାର୍ଥୀ ଅମିୟ ମଲ୍ଲିକ, ସୁକିନ୍ଦା ବିଧାୟକ ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ, ଧର୍ମଶାଳା ବିଧାୟକ ପ୍ରାର୍ଥୀ ତୁଷାର ପରିଡା, କୋରେଇ ବିଧାୟକ ପ୍ରାର୍ଥୀ ବିଶ୍ୱଜିତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶାହ ଅପରାହ୍ନ ୨ଟା ୪୫ରେ ସଭାସ୍ଥଳରେ ପହଞ୍ଚିଥିଲେ। ୩ଟା ୩୦ରେ ସଭା କାର୍ଯ୍ୟ ଶେଷ ହୋଇଥିଲା। ଏହି ସଭାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡବଲ ଇଞ୍ଜିନ ସରକାରକୁ ନେଇ ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଚଣ୍ଡିଗଡ଼/ଭୁବନେଶ୍ୱର,୧୭ା୧୦: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁବାର ହରିୟାଣାରେ ପହଞ୍ଚିଛନ୍ତି। ଆଜି ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ସେ ଚଣ୍ଡିଗଡ଼ରେ ପହଞ୍ଚିଛନ୍ତି।...

ହରିୟାଣାରେ କିଏ ହେବେ ମୁଖ୍ୟମନ୍ତ୍ରୀ, ରେସ୍‌ରେ ରହିଛି ଏହିମାନଙ୍କ ନାମ…

ଚଣ୍ଡିଗଡ଼,୬ା୧୦: ହରିୟାଣାର ୯୦ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଛି। ରାଜ୍ୟରେ କିଏ ସରକାର ଗଠନ କରିବ ସେନେଇ ଏକଜିଟ୍‌ ପୋଲ୍‌ ମଧ୍ୟ ଆସିଛି। ପ୍ରାୟ...

ହରିୟାଣା ବିଧାନସଭା ନିର୍ବାଚନ ନେଇ ପ୍ରକାଶ ପାଇଲା ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକା, ମୁଖ୍ୟମନ୍ତ୍ରୀଙ୍କ ଆସନ ପରିବର୍ତ୍ତନ

ଚଣ୍ଡୀଗଡ଼,୪ା୯: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବୁଧବାର ଭାଜପା ତା’ର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପ୍ରଥମ ତାଲିକାରେ ୬୭ ଜଣ ପ୍ରାର୍ଥୀଙ୍କ ନାମ...

୩୭୦ ଧାରା ହଟିବା ପରେ ଜମ୍ମୁ-କଶ୍ମୀରରେ ହେବ ପ୍ରଥମଥର ଭୋଟ୍‌: ଆଜି ତାରିଖ ଘୋଷଣା

ନୂଆଦିଲ୍ଲୀ,୧୬ା୮: ନିର୍ବାଚନ ଆୟୋଗ ଶୁକ୍ରବାର ବିଧାନସଭା ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା କରିବାକୁ ଯାଉଛନ୍ତି। ଜମ୍ମୁ-କଶ୍ମୀର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନ ତାରିଖ ଆଜି ଘୋଷଣା ହେବାର...

ମୋହନ ମାଝୀଙ୍କ ଶପଥ ଗ୍ରହଣ LIVE

ଭୁବନେଶ୍ୱର,୧୨।୬: ଆଉ କିଛି ସମୟର ଅପେକ୍ଷା। ଓଡ଼ିଶା ପାଇବାକୁ ଯାଉଛି ନୂଆ ମୁଖ୍ୟମନ୍ତ୍ରୀ। ଭାରତୀୟ ଜନତା ପାର୍ଟିର ପ୍ରଥମ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶପଥ...

ଖଣି ଦୁର୍ନୀତି କଥା ଉଠାଇ ବୋମାମାଡ଼ର ଶିକାର ହୋଇଥିଲେ ମୋହନ

ଭୁବନେଶ୍ୱର/କେନ୍ଦୁଝର,୧୨ା୬ (ସୁନିତ୍‌ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲାର ଟାଣୁଆ ନେତା ତଥା ବିଧାୟକ ମୋହନ ଚରଣ ମାଝୀ ଓଡ଼ିଶାର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ...

ଓଡ଼ିଶାର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବେ ପ୍ରଭାତୀ ପରିଡ଼ା, ଜାଣନ୍ତୁ ତାଙ୍କର ଶିକ୍ଷାଗତ ଯୋଗ୍ୟତା, ରାଜନୈତିକ ଯାତ୍ରା…

ନିମାପଡ଼ା,୧୧।୬ (ବିଚିତ୍ରାନନ୍ଦ ସାହୁ): ନିମାପଡ଼ା ମାଟିର ବୋହୂ ତଥା ନିମାପଡ଼ା ନିର୍ବାଚନମଣ୍ଡଳୀର ପ୍ରଥମ ମହିଳା ବିଧାୟିକା ପ୍ରଭାତୀ ପରିଡ଼ା ରାଜ୍ୟର ନୂତନ ଭାଜପା ସରକାରରେ ଉପମୁଖ୍ୟମନ୍ତ୍ରୀ...

ଭାଜପାର ପ୍ରଥମ ସରକାରରେ କିଏ ସବୁ ହେବେ ମନ୍ତ୍ରୀ: ଲିଷ୍ଟ୍‌ରେ ଅଛି ଏସବୁ ନାଁ

ଭୁବନେଶ୍ୱର,୧୧।୬:ରାଜ୍ୟରେ ଭାଜପାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ସସ୍‌ପେନ୍ସ ଲାଗି ରହିଛି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଆଜି ବିଧାୟକ ଦଳ ବୈଠକ ୪ଟା ୩୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri