Categories: ବାଣିଜ୍ୟ

କେନ୍ଦ୍ରୀୟ ଟିକସରୁ ଓଡ଼ିଶାକୁ ୨,୧୩୧ କୋଟି

ନୂଆଦିଲ୍ଲୀ,୨୧।୪: କେନ୍ଦ୍ରୀୟ ଟିକସ ଏବଂ ଶୁଳ୍କରେ ରାଜ୍ୟଗୁଡିକର ଅଂଶ ବାବଦକୁ ଏପ୍ରିଲର କିସ୍ତି ପ୍ରଦାନ ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ୪୬,୦୩୮ କୋଟି ଟଙ୍କାର ରାଶିକୁ ମଞ୍ଜୁରୀ ଦିଆଯାଇଛି। ଏହି ରାଶି ମଧ୍ୟରୁ ୨,୧୩୧.୧୩ କୋଟି ଟଙ୍କା ପାଇବ ବୋଲି ଜଣାପଡିଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ ମୁତାବକ ରାଜ୍ୟଗୁଡିକୁ ବର୍ତ୍ତମାନ ଚ୍ୟାଲେଞ୍ଜିଂ ସମୟରେ ସହାୟତା କରିବା ଲାଗି କେନ୍ଦ୍ର ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ୨୦୨୦-୨୧ ବଜେଟରେ କେନ୍ଦ୍ରୀୟ ଟିକସରେ ରାଜ୍ୟଗୁଡ଼ିକର ଅଂଶ ପ୍ରାୟ ୭.୮୪ ଲକ୍ଷ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।

Share