Advertisement
Categories: ନୟାଗଡ଼

କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିଲା ଏକାଦଶ ଶ୍ରେଣୀ

ନୟାଗଡ଼ ଅଫିସ,୬ା୯-ବହୁଦିନର ଦାବି ଓ ଆନ୍ଦୋଳନ ପରେ ଶେଷରେ ବୁଧବାର ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଚାଲିଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲିଛି ା ଏହାକୁ ନେଇ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିବା ବେଳେ ଗୁରୁବାର ଠାରୁ ବିଧିବଦ୍ଧଭାବେ ପାଠପଢ଼ା ଆରମ୍ଭ ହୋଇଛି ା କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଏସ.ଶ୍ରୀନିବାସନ୍‌ ବୁଧବାର ଏକାଦଶ ଶ୍ରେଣୀର ଉଦ୍‌ଘାଟନ କରିଥିବା ବେଳେ ସମସ୍ତ ଛାତ୍ରୀଛାତ୍ର,ଶିକ୍ଷକ ଏବଂ ଅଭିଭାବକମାନେ ଉପସ୍ଥିତ ଥିଲେ ା ବର୍ତ୍ତମାନ କେବଳ ବିଜ୍ଞାନ ବିଭାଗରେ ଏକାଦଶ ଶ୍ରେଣୀ ଖୋଲିଥିବା ବେଳେ ନିଜସ୍ବ ଗୃହକୁ ସ୍ଥାନାନ୍ତର ପରେ ଅନ୍ୟାନ୍ୟ ବିଭାଗ ଖୋଲାଯିବ ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ ା ଚଳିତ ବର୍ଷ ଏକାଦଶ ଶ୍ରେଣୀ ପାଇଁ ଅସ୍ଥାୟୀଭାବେ ପଦାର୍ଥ ବିଜ୍ଞାନ, ଗଣିତ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ, ଇଂଲିଶ ଆଦି ବିଷୟରେ ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଛି ା ଏକାଦଶ ଶ୍ରେଣୀ ପାଇଁ ବର୍ତ୍ତମାନ ୪୦ଟି ସିଟ ମଞ୍ଜୁର ହୋଇଛି । ଗତବର୍ଷ ଦଶମରେ ପଢ଼ୁଥିବା ୪୨ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୮ଜଣ ପିଲା ଏକାଦଶରେ ନାମ ଲେଖାଇଥିବା ବେଳେ ଅନ୍ୟ ବିଦ୍ୟାଳୟରୁ ୧୨ ଜଣ ପିଲା ନାମ ଲେଖାଇଛନ୍ତି ା ଅନ୍ୟପକ୍ଷରେ କେନ୍ଦ୍ରୀୟ ବିଦ୍ୟାଳୟର ନିଜସ୍ବ ଗୃହର ନିର୍ମାଣକାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସାରିଥିବା ବେଳେ ବିଦ୍ୟାଳୟ ସ୍ଥାନାନ୍ତର କରିବାକୁ ଅଭିଭାବକ ସଂଘ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଜିଲାପାଳ ଡ.ପୋମା ଟୁଡୁଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel