ଆନନ୍ଦପୁର,୧୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ଅଟକ ଥିବା ଜଣାପଡ଼ିଛି। ଗୁରୁବାର ଅପରାହ୍ନରେ ଆନନ୍ଦପୁର କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ସୁଶାନ୍ତ କୁମାର ସେଠୀ ବିଦ୍ୟାଳୟ ପରିସରରେ ଥିବା ବେଳେ ଦୁଇ ଜଣ ସ୍ଥାନୀୟ ବ୍ୟକ୍ତି ତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣରେ ଅଧ୍ୟକ୍ଷଙ୍କ ଦେହରେ ଗଭୀର ଆଘାତ ଲାଗିଛି। ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଅଧ୍ୟକ୍ଷ ସେଠୀ। ଆକ୍ରମଣ ସମୟରେ ବିଦ୍ୟାଳୟରେ ଅନ୍ୟ ଶିକ୍ଷକମାନେ ଉପସ୍ଥିତ ଥିଲେ।