Categories: ଗଞ୍ଜାମ

କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଜମି ମିଳିଲା

ଛତ୍ରପୁର,୬ା୮(ଡି.ଏନ.ଏ.)-ଛତ୍ରପୁର ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ଜରୁରୀ ବୈଠକ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ରିଡିଙ୍ଗ ରୁମରେ ଅନୁଷ୍ଠିତ ହୋଇଥିଲା ା ଛତ୍ରପୁରରେ ଖୋଲିବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ଉପରେ ଏଥିରେ ଆଲୋଚନା ହୋଇଥିଲା ା କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଆବଶ୍ୟକ ଜମିର ଆଡଭାନ୍ସ ପୋଜିସନ୍‌କୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତିା ଏ ନେଇ ଜିଲାପାଳଙ୍କ ନିକଟକୁ ଚିଠି ଆସିଥିବା ସୂଚନା ଦିଆଯାଇଥିଲା। କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ ଛତ୍ରପୁରସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲର ଏକ କୋଠାରେ ଚାଲିବ ବୋଲି ପୂର୍ବରୁ ରାଜ୍ୟ ସରକାର ଅନୁମତି ଦେଇସାରିଛନ୍ତି ା ଛତ୍ରପୁର ସହରରେ କିଛି ଦିନ ହେଲା ପାଣି ସମସ୍ୟା ଲାଗି ରହିଥିବାରୁ ବୈଠକରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହି ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ା ଛତ୍ରପୁର ହସ୍ପିଟାଲରେ ଡାକ୍ତର ଅଭାବ ଓ ଅନ୍ୟ ସମସ୍ୟା ଉପରେ ମଧ୍ୟ ଆଲୋଚନା ହୋଇଥିଲା ା ରବିବାର ଅଚାନକ ଛତ୍ରପୁର ଓକିଲ ସଂଘର ଏକ ପ୍ରତିନିଧି ଦଳ ହସ୍ପିଟାଲ ପରିଦର୍ଶନରେ ଯାଇଥିବା ବେଳେ ମାତ୍ର ୨ ଜଣ ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରୁଥିବା ବହୁ ରୋଗୀ ଧାଡିରେ ଠିଆ ହୋଇ ହନ୍ତସନ୍ତ ହେଉଥିବା ଦେଖିବାକୁ ପାଇଥିଲେ ା ଡାକ୍ତର ଅଭାବ ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ମଙ୍ଗଳବାର ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ଆଲୋଚନା କରିବ ବୋଲି ନିଷ୍ପତ୍ତିି ହୋଇଥିଲାା ବୈଠକରେ ଛତ୍ରପୁର ନାଗରିକ କମିଟି ସଭାପତି ଗୋକୁଳ ଚନ୍ଦ୍ର ପଣ୍ଡା, ସମ୍ପାଦକ ସୁଧୀର ସାହୁ, ଓକିଲ ସଂଘ ସଭାପତି କେ. ଶିବରାମ ରେଡ୍ଡୀ, ଓକିଲ ପ୍ରଦୀପ ପାଢୀ, ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ଫ୍ରପୁଲ୍ଲ ପଟ୍ଟନାୟକ, ବଡବଜାର ବ୍ୟବସାୟୀ ସଂଘ ସଭାପତି ପ୍ରଫୁଲ୍ଲ ସେନାପତି, ମହାଶକ୍ତି ବଣିକ ସଂଘ ସଭାପତି କିଶୋର ଚନ୍ଦ୍ର ସେନାପତି, ରିକାପଲ୍ଲୀ ବ୍ୟବସାୟୀ ସଂଘ ସଭାପତି ଲକ୍ଷ୍ମୀ ନାରାୟଣ ପଣ୍ଡା, ଓକିଲ ବି. ଶ୍ରୀନିବାସଙ୍କ ସମେତ ବିଭିନ୍ନ ସଙ୍ଗଠନର ସଦସ୍ୟମାନେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ା