ଭୋପାଳ,୧୮।୬: ମଧ୍ୟପ୍ରଦେଶ ନରସିଂହପୁର ଜିଲା ଗୋଟେଗାଓ୍ବଁରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ପୋଲିସ କର୍ମଚାରୀଙ୍କୁ କେନ୍ଦ୍ରୀୟ ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କ ପୁଅ ଏବଂ ପୁତୁରା ଗୁଳି କରିଛନ୍ତି। ମନ୍ତ୍ରୀଙ୍କ ପୁଅ ପ୍ରବଳ ପଟେଲ ଏବଂ ପୁତୁରା ମୋନୁ ପଟେଲ ଦୁଇ ଜଣ ସ୍ଥାନୀୟ ଯୁବକଙ୍କୁ ପିଟୁଥିବାବେଳେ ଘଟଣାସ୍ଥଳରେ ପୋଲିସ କର୍ମଚାରୀ ଏହାକୁ ଆୟତ୍ତ କରିବାର ପ୍ରୟାସ କରୁଥିଲେ। ତେବେ ପ୍ରବଳ ଗୁଳି ଚଳାଇବାରୁ ଏହା ଜଣେ ଯୁବକଙ୍କ କାନ୍ଧରେ ବାଜିଥିଲା। ସେହିପରି ପୋଲିସ କର୍ମଚାରୀଙ୍କ ଦେହରେ ମଧ୍ୟ ଗୁଳି ଲାଗିଥିବା କୁହାଯାଉଛି। ଆହତଙ୍କୁ ଚିକିତ୍ସା ପାଇଁ ହସସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ୮ ଜଣଙ୍କ ନାମରେ ମାମଲା ଦାଏର କରାଯାଇ ତଦନ୍ତ ଜାରି ରହିଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି।