କେନ୍ଦ୍ରୀୟ ରିଜର୍ଭ ପୋଲିସ ୬୪ ବାଟାଲିୟନ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ

ମୋହନଗିରି,୨୮।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରିଠାରେ ଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ୬୪ ବାଟାଲିୟନ ପକ୍ଷରୁ ବୁଧବାର ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଓବାଦୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଅଣିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ୬୪ ବାଟାଲିୟନ ସହାୟକ କମାଣ୍ଡେଣ୍ଟ ଅନିରୁଦ୍ଧ ପାଣ୍ଡେ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ମୋହନଗିରି ସରପଞ୍ଚ ବଳଭଦ୍ର ପାତ୍ର, ସିଂହପୁର ସରପଞ୍ଚ ବିଦ୍ୟାଧର ପାତ୍ର ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ କେସିଙ୍ଗାର ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ କଳାକାରମାନେ ମାଓବାଦୀମାନେ ଆମତ୍ ସର୍ମପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ ସରକାରଙ୍କ ପକ୍ଷରୁ ମିଳୁଥିବା ସମସ୍ତ ସହାୟତା ବିଷୟରେ ନାଟକ ମଧ୍ୟମରେ ଜନସାଧରଣଙ୍କୁ ଅବଗତ କରାଇଥିଲେ। ସୂଚନାଯୋଗ୍ୟ ଯେ, ମୋହନଗିରି ଅଞ୍ଚଳ ବର୍ତ୍ତମାନ ମାଓବାଦୀପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଞ୍ଚଳର ଯୁବ ଗୋଷ୍ଠୀ କିଭଳି ସେଥିରୁ ନିବୃତ ରହିବେ ସେ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟଜିତ ହୋଇଥିଲା। ଆଗାମୀ ଦିନରେ ମଧ୍ୟ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଲୋକଙ୍କୁ ସଚେତନ କରାଯିବା ପାଇଁ ଚେଷ୍ଠା କରାଯିବ ବୋଲି ୬୪ ବାଟଲିୟନ ତରଫରୁ କମାଣ୍ଡେଣ୍ଟ ବିପ୍ଲବ ସରକାର କହିଛନ୍ତି ।