ନୂଆଦିଲ୍ଲୀ,୧୨।୫: ଦେଶର ଅର୍ଥ ବ୍ୟବସ୍ଥା ଏବେ ସଙ୍କଟ ସମୟ ଦେଇ ଗତି କରୁଛି। ଖର୍ଚ୍ଚକାଟ କରିବା ଲାଗି ସରକାର କେନ୍ଦ୍ର କର୍ମଚାରୀଙ୍କ ବେତନରେ ହ୍ରାସ କରିବା ନେଇ ଏକ ଗଣମାଧ୍ୟମ ରିପୋର୍ଟରେ ଖବର ପ୍ରକାଶ ପାଇବା ପରେ ସରକାର ଏହାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ଏଭଳି ରିପୋର୍ଟର କୌଣସି ସତ୍ୟତା ନାହିଁ। କେନ୍ଦ୍ର କର୍ମଚାରୀଙ୍କ ବେତନରେ କୌଣସି ହ୍ରାସ କରିବା ନେଇ ପ୍ରସ୍ତାବ ନାହିଁ ବୋଲି ସରକାର ସୂଚନା ଦେଇଛନ୍ତି। ବେତନରେ ପ୍ରାୟ ୩୦% ହ୍ରାସ ହେବା ନେଇ ରିପୋର୍ଟରେ ପ୍ରକାଶ ପାଇଥିଲା। ବେତନ ହ୍ରାସରୁ ଠିକା ଏବଂ ନିମ୍ନ ସ୍ତରର କର୍ମଚାରୀମାନେ ବାଦ୍ ପଡ଼ିବେ ବୋଲି ଉଲ୍ଲେଖ ରହିଥିଲା। ଏହି ରିପୋର୍ଟରେ କୌଣସି ସତ୍ୟତା ନଥିବା ସରକାର ସ୍ପଷ୍ଟ କରିଛନ୍ତି।