Categories: ଜାତୀୟ

କେନ୍ଦ୍ର କ୍ୟାବିନେଟ୍‌ରେ ୨ଟି ଅଧ୍ୟାଦେଶକୁ ମିଳିଲା ମଞ୍ଜୁରୀ: କୃଷକଙ୍କ ପାଇଁ ‘ଗୋଟିଏ ଦେଶ, ଗୋଟିଏ ବଜାର’ ନୀତି

ନୂଆଦିଲ୍ଲୀ,୩।୬: କରୋନା ସଙ୍କଟ ବେଳେ ବୁଧବାର ପୁଣିଥରେ କେନ୍ଦ୍ର କ୍ୟାବିନେଟର ଦ୍ବିତୀୟ ବୈଠକ ବସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୨ଟି ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଛି। ଆବଶ୍ୟକ ବସ୍ତୁ ଅଧିନିୟମ, ଏପିଏସି ଅଧିନିୟମରେ ସଂଶୋଧନକୁ ମଞ୍ଜୁରୀ ମିଳିଛି। ଏଣିକି କୃଷକମାନେ ସିଧାସଳଖ ଭାବେ ନିଜ ଫସଲକୁ ବିକ୍ରି କରିପାରିବେ। ଏଥିପାଇଁ ଗୋଟିଏ ଦେଶ, ଗୋଟିଏ ବଜାର ନୀତି ଲାଗୁ କରାଯିବ। ସୂଚନାଯୋଗ୍ୟ, ଗୋଟିଏ ସପ୍ତାହ ମଧ୍ୟରେ କେନ୍ଦ୍ର କ୍ୟାବିନେଟର ଏହା ଦ୍ବିତୀୟ ବୈଠକ। ସୋମବାର ବସିଥିବା ବୈଠକରେ ଏମଏସଏମଇରେ ମଧ୍ୟମ ଶିଳ୍ପ ପାଇଁ ପୁଞ୍ଜି ବିନିଯୋଗର ପରିମାଣ ୨୦ ଲକ୍ଷରୁ ୫୦ ଲକ୍ଷକୁ ବୃଦ୍ଧି କରାଯାଇଥିଲା।

Share