Categories: ବାଣିଜ୍ୟ

କେନ୍ଦ୍ର ଜିଏସ୍‌ଟି ସଂଗ୍ରହ ୮୭% କମିଲା

ନୂଆଦିଲ୍ଲୀ,୩୧।୫: କରୋନା ଜନିତ ଲକ୍‌ଡାଉନ ଲାଗି ସାରା ଦେଶରେ ଆର୍ଥତ୍କ କାର୍ଯ୍ୟକଳାପ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହାର ପ୍ରଭାବ ଦେଶର ଅର୍ଥ ବ୍ୟବସ୍ଥା ଉପରେ ପଡିଛି। ଫଳରେ ଏପ୍ରିଲରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ବାବଦ କେନ୍ଦ୍ର ସରକାରଙ୍କ ଅଂଶ ୮୭% କମିଥିବା ଜଣାପଡିଛି। ଗତ ବର୍ଷ ଏପ୍ରିଲରେ ସରକାର ନିଜର ଅଂଶ ବାବଦ ୪୬,୮୪୮ କୋଟି ଟଙ୍କାର ରାଜସ୍ବ ପାଇଥିଲେ। ଏହା ଚଳିତ ବର୍ଷ ଏପ୍ରିଲରେ ୫ ହଜାର କୋଟି ଟଙ୍କାକୁ ହ୍ରାସ ଘଟିଛି। ଲକ୍‌ଡାଉନ ଲାଗି ରିଟର୍ନ ଫାଇଲିଂ ସମୟ ସୀମାକୁ ଜୁନ୍‌ ପର୍ଯ୍ୟନ୍ତ କୋହଳ କରାଯାଇଛି। ଫଳରେ ସବୁ ଟିକସଦାତା ଏପ୍ରିଲ ଲାଗି ଫାଇଲିଂ କରିନାହାନ୍ତି। ମାର୍ଚ୍ଚରେ ରାଜ୍ୟ ଜିଏସ୍‌ଟି(ଏସ୍‌ଜିଏସ୍‌ଟି) ବାବଦ ୨୫,୬୦୧ କୋଟି ଟଙ୍କା ସଂଗ୍ରହ ହୋଇଥିଲା। ଏହି ସମୟରେ କେନ୍ଦ୍ର ଜିଏସ୍‌ଟି( ସିଜିଏସ୍‌ଟି)୧୯,୧୮୩ କୋଟି ଟଙ୍କା ଆଦାୟ କରାଯାଇଛି। ଏପ୍ରିଲରେ ୯୭୪୯ କୋଟି ସମନ୍ବିତ ଜିଏସ୍‌ଟି ସଂଗ୍ରହ କରାଯାଇଛି।

Share