କେନ୍ଦ୍ର ନେଉଛି କୋଇଲା ଟଙ୍କା, ଓଡ଼ିଶା ପାଉଛି ପ୍ରଦୂଷଣ

ତାଳଚେର/କଣିହାଁ/ଛେଣ୍ଡିପଦା/ପବିତ୍ରନଗର/ ମାଧପୁର/ପାଲଲହଡ଼ା, ୨୧।୪-  ଶିଳ୍ପ ସମୃଦ୍ଧ ଅନୁଗୋଳର କୋଇଲାରୁ କେନ୍ଦ୍ର ହଜାର ହଜାର କୋଟି ଟଙ୍କା ନେଉଛି। ହେଲେ ଓଡ଼ିଶା ଧୂଳି, ଧୂଆଁ ଯୋଗୁ ପ୍ରଦୂଷିତ ହେଉଛି । ଏନ୍‌ଟିପିସି, ଏମ୍‌ସିଏଲ୍‌ ଭଳି ପ୍ରକଳ୍ପରୁ କେନ୍ଦ୍ର ସରକାର ଲାଭାନ୍ବିତ ହେଉଥିବାବେଳେ ଏଠାକାର ଲୋକଙ୍କୁ ସେମାନଙ୍କ ହକ୍‌  ମିଳୁନାହିଁ। କିନ୍ତୁ ନିର୍ବାଚନବେଳେ ଭାଜପାର ବହୁ ବଡ଼ ବଡ଼ ନେତା ଆସି ଭୋଟ ମାଗୁଛନ୍ତି ବୋଲି ଶନିବାର ଅନୁଗୋଳ ଜିଲା ତାଳଚେର ବ୍ଲକ ଘଣ୍ଟପଡ଼ା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ସମ୍ମୁଖସ୍ଥ ପାଇକ ତଇଳା ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହି କେନ୍ଦ୍ରର ଭାଜପା ସରକାରକୁ ସମାଲୋଚନା କରିଛନ୍ତି।

ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରେ ହେଲିକପ୍ଟର ଯୋଗେ ଆସି ମୁଖ୍ୟମନ୍ତ୍ରୀ ନିର୍ବାଚନ ସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଲେ, କେନ୍ଦ୍ର ସରକାର କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରିଛି। ହେଲେ ସେ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନା ଚାଲିବ। ବିଜେଡି ସରକାର ଆସିବାର ପ୍ରଥମ ଦିନରେ ଏହି ଯୋଜନାରେ ଚାଷୀଙ୍କୁ ୨ଟି କିସ୍ତିରେ ୧୦ହଜାର ଟଙ୍କା ପ୍ରଦାନ କରାଯିବ। ବିଜେଡି ସରକାରରେ ବହୁ ଜନହିତକର ଯୋଜନା ସହ ମହିଳାଙ୍କୁ ସେମାନଙ୍କ ଅଧିକାର ମିଳିପାରିଛି ବୋଲି କହିଥିଲେ।

କୋଇଲା ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ଭାଜପାକୁ ଟାର୍ଗେଟ କରି କହିଲେ, କେନ୍ଦ୍ର ସରକାର କୋଇଲା ବାବଦରେ ୧୧ ହଜାର କୋଟି ଟଙ୍କାର ରୟାଲିଟି ନେଉଛି। ହେଲେ ଏଠାକାର ଲୋକେ ପ୍ରଦୂଷଣର ଶିକାର ହେଉଛନ୍ତକି। ଜମିହରା ନ୍ୟାୟ ପାଉ ନ ଥିବାବେଳେ ବେକାର ଯୁବତୀଯୁବକଙ୍କୁ ନିଯୁକ୍ତି ମିଳୁନି। ଭାଜପାରୁ ଓଡ଼ିଶାର କେନ୍ଦ୍ର ମନ୍ତ୍ରୀମାନେ କ’ଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ। ଏଥିସହ ତାଳଚେର ବିଜେଡିର ବିଧାୟକ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ ଏବଂ ଢେଙ୍କନାଳ ଲୋକ ସଭା ପ୍ରାର୍ଥୀ ମହେଶ ସାହୁଙ୍କୁ ଭୋଟରମାନେ ଆଶୀର୍ବାଦ କରିବାକୁ ସେ ଅନୁରୋଧ କରିଥିଲେ। ଏହି ଅବସରରେ କଂଗ୍ରେସର ବରିଷ୍ଠ ନେତା ତଥା ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ କ୍ଷୀରୋଦ ସାହୁ ବିଜେଡିରେ ଯୋଗ ଦେଇଥିଲେ। ପରେ କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ ସାଇଟ୍‌ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ସଭାରେ ଯୋଗଦେଇ ପାଲଲହଡ଼ା ବିଧାୟକ ପ୍ରାର୍ଥୀ ମୁକେଶ ପାଲ ଓ ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ମହେଶ ସାହୁଙ୍କ ପାଇଁ ପ୍ରଚାର କରିବା ସହ ଭୋଟ ମାଗିଥିଲେ। ମଧ୍ୟାହ୍ନ ୧୨ଟାରେ ନବୀନ ଛେଣ୍ଡିପଦା ଷ୍ଟାଡିୟମ ନିକଟରେ ଆୟୋଜିତ ସଭାରେ ଯୋଗଦେଇଥିଲେ। ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କରି ବିଜେଡି ସରକାର ଲୋକଙ୍କ ନିକଟତର ହୋଇଥିବା ଏବଂ ସର୍ବଦା ଲୋକଙ୍କ ସହ ରହିଥିବା କହି ମୁଖ୍ୟମନ୍ତ୍ରୀ ଛେଣ୍ଡିପଦା ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ବେହେରା ଓ ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଥିଲେ। ୩୦ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ଏହି ସଭାରେ ଉପସ୍ଥିତ ଥିବା କୁହାଯାଉଛି। ସେଠାରୁ ମୁଖ୍ୟମନ୍ତ୍ରୀ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ମାଧପୁର ଏମ୍‌ଇ ସ୍କୁଲ ପଡିଆରେ ଆୟୋଜିତ ସଭାରେ ମଧ୍ୟାହ୍ନ ୧୨.୩୦ରେ ପହଞ୍ଚିଥିଲେ। ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ରମେଶ ସାଏ ଏବଂ ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ପାଇଁ ସେ ଭୋଟ ମାଗିଥିଲେ। ସେଠାରେ ମଧ୍ୟ ସେ ଭାଜପା ସରକାରକୁ ସମାଲୋଚନା କରିଥିଲେ।

ତାଳଚେର ବିଧାୟକ ପ୍ରାର୍ଥୀ ବ୍ରଜକିଶୋର ପ୍ରଧାନ, ପାଲଲହଡ଼ା ବିଧାୟକ ପ୍ରାର୍ଥୀ ମହେଶ ସାହୁ, ଘଣ୍ଟପଡ଼ା ସରପଞ୍ଚ ମନୋଜ ବେହେରା, ଯୁବ ନେତା ମନୋଜ ସାହୁ, ରାଜେଶ ଦାସ,  ଲିପୁନା ଭୁକ୍ତା, ରୀତାରାଣୀ ଦାସ, ପୂର୍ବତନ ନଗରପାଳ ପବିତ୍ର ଭୂତିଆ, ଆସିଫ୍‌ ଖାଁ ପ୍ରମୁଖ ତାଳଚେରଠାରେ ଆୟୋଜିତ ସଭାରେ ଉପସ୍ଥିତ ଥିଲେ। କଣିହାଁଠାରେ କଣିହାଁ ବ୍ଲକ ବିଜେଡି ସଭାପତି  କୈଳାସ ସାହୁ,  ପାଲଲହଡ଼ା ବ୍ଲକ ବିଜେଡି ସଭାପତି ଲଳିତ ପ୍ରଧାନ, ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ସାହୁ, ପର୍ଯ୍ୟବେକ୍ଷକ ତଥା ବଲାଙ୍ଗୀର ଏମ୍‌ପି କଳିକେଶ ସିଂଦେଓ, ଯୁବନେତା ହିମାଞ୍ଚଳ ପଣ୍ଡା, ଶ୍ୟାମସୁନ୍ଦର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ୩୦ରୁ ଊର୍ଦ୍ଧ୍ୱ ଭାଜପା ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିଲେ। ସେହିପରି ଛେଣ୍ଡିପଦାରେ ସୁଶାନ୍ତ କୁମାର ବେହେରା, ନଳିନୀକାନ୍ତ ପ୍ରଧାନଙ୍କ ସମେତ ଦଳୀୟ ନେତା ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଜାତୀୟ ଶିକ୍ଷାନୀତି’ ସମ୍ପର୍କିତ ଆଲୋଚନା ଚକ୍ର

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭିଷ୍ମଗିରୀ ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ଶିକ୍ଷା ବିଭାଗ ପକ୍ଷରୁ ” ଜାତୀୟ ଶିକ୍ଷାନୀତି ୨୦୨୦ ଏକ...

ନିଜକୁ ନିଜେ ସୁରକ୍ଷା ଦେବାରେ ସିଦ୍ଧହସ୍ତ ହେବେ ଛାତ୍ରୀ: ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

ଦାରିଙ୍ଗବାଡି, ୧୦।୪ (ଅରୁଣ ସାହୁ )- କଲେଜ ପଢିବା ଛାତ୍ରୀମାନେ ନିଜ ସୁରକ୍ଷାକୁ କିଭଳି ସୁଦୃଢ଼ କରିବେ ସାମାଜିଜ ସୁରକ୍ଷା ପାଇଁ ସେମାନଙ୍କୁ ରାଜ୍ୟ ସରକାର...

ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର: ଜେଲ ଗଲେ ଅଭିଯୁକ୍ତ

ଜୟପୁର,୧୦।୪(ପବନ ପାଣିଗ୍ରାହୀ): ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା କରିଥିବା ଅଭିଯୋଗରେ ଜୟପୁର ମହିଳା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ବୈପାରୀଗୁଡ଼ା...

୧୧୪ କୁଣ୍ଡୀୟ ଯଜ୍ଞରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୧୦ା୪: କେନ୍ଦୁଝର କାଳୀ ପଡ଼ିଆରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ତ୍ରିଦିବସୀୟ ୧୧୪ କୁଣ୍ଡୀୟ ମହାଯଜ୍ଞରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ କାଳୀ...

ସିମନବାଡ଼ି-ବାଡାବାଙ୍ଗାରେ ଦଣ୍ଡନାଚ: ଦର୍ଶକଙ୍କ ପ୍ରବଳ ଭିଡ଼

ଦାରିଙ୍ଗବାଡ଼ି,୧୦ା୪(ଅରୁଣ ସାହୁ): ଚୈତ୍ର ମାସରେ ଚାରିଆଡ଼େ ଦଣ୍ଡନାଚ ପାଇଁ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଏହି ପ୍ରରିପ୍ରେକ୍ଷୀ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ...

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ଜୁନିୟର ବାଳକ ହ୍ୟାଣ୍ଡବଲ ଚାମ୍ପିୟନଶିପ୍‌ରେ ଦେଲେ ଯୋଗ

କେନ୍ଦୁଝର,୧୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଗୁରୁବାର ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରଠାରୁ ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ...

ଓଡ଼ିଆ ପକ୍ଷ ପାଳନରେ ସମ୍ବର୍ଦ୍ଧିତ ହେଲେ ୧୩ କଳାକାର

ପାଟଣା,୧୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭା ଗୃହରେ ଗୁରୁବାର ଓଡ଼ିଆ ପକ୍ଷ ଉପଲକ୍ଷେ ଲୋକକଳା ପାଇଁ ଦିନ ଟିଏ କାର୍ଯ୍ୟ କ୍ରମରେ ବ୍ଲକର...

କାଲିଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ନଡ୍ଡା

ଭୁବନେଶ୍ୱର,୧୦।୪: କାଲିଠାରୁ ଅର୍ଥାତ ଏପ୍ରିଲ ୧୧ରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା। ଏନେଇ ରାଜ୍ୟ ଭାଜପା ସଭାପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image