କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେଳ ଅନୁଦାନ: ମିଳିବ ୬ହଜାର କୋଟି

ଭୁବନେଶ୍ୱର, ୧୦।୭(ବ୍ୟୁରୋ): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍‌ରେ ଓଡ଼ିଶାକୁ ରେଳ ଅନୁଦାନ। ରାଜ୍ୟ ପାଇଁ ମୋଟ ୫୮୦୦ ରୁ ୬୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିରେ ବିଭିନ୍ନ ନୂତନ ପ୍ରକଳ୍ପ ସହ ଓଭରବ୍ରିଜ୍‌ ନିର୍ମାଣ କରାଯିବ।

ବଜେଟ୍‌ରେ ରେଳ ଧାରଣା ଲାଗି ମୋଟ ୧୪ଶହ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ସେଥିମଧ୍ୟରୁ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍‌ ପାଇଁ ୩୫୦କୋଟି, ଅନୁଗୋଳ-ସୁକିନ୍ଦା ଲାଇନ ପାଇଁ ୨୫୦ କୋଟି, ହରିଦାସପୁର-ପାରାଦୀପ ଲାଇନ ପାଇଁ ୪୦୦ କୋଟି, ତାଳଚେର-ବିମଳାଗଡ଼ ପାଇଁ ୧୫୦ କୋଟି, ଜୟପୁର-ମାଲକାନଗିରି ପାଇଁ ୭୦ କୋଟି, ଜୟପୁର-ନବରଙ୍ଗପୁର ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିଭଳି ରେଳଯାତ୍ରୀଙ୍କ ସୁବିଧା ପାଇଁ ୧୮୦ କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଇଛି। ତନ୍ମଧ୍ୟରୁ ଭୁବନେଶ୍ୱର କୋଚ୍‌ ଡିପୋରେ ୨ଟି ଅଟୋମେଟିକ୍‌ ଓ୍ବାଶିଂ ପ୍ଲାଣ୍ଟ, ବାଘୁଆପାଳ ଷ୍ଟେଶନରେ ଫ୍ଲାଇଓଭର ଏବଂ ଅନ୍ୟ ୧୦ଟି ଫ୍ଲାଇ ଓଭର ପାଇଁ ସର୍ଭେ କରାଯିବାକୁ ଘୋଷଣା ହୋଇଛି। ଏହାବ୍ୟତିତ ସମ୍ବଲପୁର-ତାଳଚେର ଡବଲ ଲାଇନ ପାଇଁ ୨୪୯ କୋଟି, ସମ୍ବଲପୁର-ଟିଟଲାଗଡ଼ ପାଇଁ ୧୭୦ କୋଟି, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୮୬ କୋଟି, ବିଜୟନଗରମ-ସମ୍ବଲପୁର ପାଇଁ ୩୫୦ କୋଟି, କୋରାପୁଟ-ସିଙ୍ଗାପୁର ରୋଡ ପାଇଁ ୨୦୫ କୋଟି ଏବଂ କଳାହାଣ୍ଡି ଇଲେକ୍ଟ୍ରି ଇଞ୍ଜିନ୍‌ ଓ୍ବାକ୍‌ଶପ୍‌ ପାଇଁ ୧ କୋଟି ଅନୁଦାନ ଦିଆଯାଇଛି।

Share