କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେବା ପରେ ଜନ୍ମମାଟି ଯିବେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ: ସମ୍ବର୍ଦ୍ଧନା ନେଇ ପ୍ରସ୍ତୁତି

ସଜାନଗଡ଼, ୯।୬(ଡି.ଏନ୍‌.ଏ.): ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେବା ପରେ ରବିବାର ସନ୍ଧ୍ୟାରେ ଜନ୍ମମାଟି ନୀଳଗିରିରେ ପହଞ୍ଚିବେ। ତେବେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ଭାଜପା ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ଏ ନେଇ ସଜନାଗଡ଼ ମା’ ଭୂଧାରଚଣ୍ଡୀଙ୍କ ନିକଟରେ ଏକ ସମାବେଶ ଆୟୋଜନ କରାଯାଇଛି।
ପ୍ରକାଶ ଯେ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପ୍ରତାପ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି। ତାଙ୍କୁ ଏମ୍‌ଏସ୍‌ଏମ୍‌ଇ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମିଳିଛି।