Categories: ବାଣିଜ୍ୟ

କେନ୍ଦ୍ର ଶାସିତ ଅଞ୍ଚଳରେ ବିତରଣ କମ୍ପାନୀ ଘରୋଇକରଣ

ନୂଆଦିଲ୍ଲୀ,୧୭।୫
କେନ୍ଦ୍ର ଶାସିତ ଅଞ୍ଚଳରେ ବିଦ୍ୟୁତ୍‌ କମ୍ପାନୀଗୁଡିକ ଘରୋଇକରଣ ହେବ ବୋଲି ଜଣାପଡ଼ିଛି। ଲୋକଙ୍କୁ ଉନ୍ନତ ସେବା ଯୋଗାଣ ଲକ୍ଷ୍ୟରେ ଏଭଳି ପଦକ୍ଷେପ ହାତକୁ ନିଆଯାଉଛି। ବିଦ୍ୟୁତ୍‌ ଟାରିଫ ପଲିସିରେ ସଂସ୍କାର ଆଣିବା ଲାଗି ସରକାର ଘୋଷଣା କରିଛନ୍ତି। ଗ୍ରାହକଙ୍କ ଅଧିକାରକୁ ଅଗ୍ରାଧିକାର ଦିଆଯିବାକୁ ଏଥିରେ ଯୋଜନା ରଖାଯାଇଛି। ବିତରଣ କମ୍ପାନୀଙ୍କ ଅକ୍ଷମତାକୁ ଗ୍ରାହକଙ୍କ ଉପରେ ବୋଝ ହେବାକୁ ଦିଆଯିବନି। ସେବା କ୍ଷେତ୍ରରେ ଗୁଣବତ୍ତା ନ ରହିଲେ ଜରିମାନା ଦେବାକୁ ପଡିବ। ବିଦ୍ୟୁତ୍‌ ଯୋଗାଣ କ୍ଷେତ୍ରରେ ପର୍ଯ୍ୟାପ୍ତତାକୁ କମ୍ପାନୀ ନିଶ୍ଚିତ କରାଇବେ। କ୍ରସ୍‌ ସବ୍‌ସିଡି କ୍ଷେତ୍ରରେ ଶିଳ୍ପକୁ ପ୍ରୋତ୍ସାହିତ କରାଯିବ। ଓପନ ଆକ୍‌ସେସ କ୍ଷେତ୍ରରେ ଟାଇମ ବାଉଣ୍ଡ ଗ୍ରାଣ୍ଟ ଏବଂ ଉକ୍ତ କ୍ଷେତ୍ରରେ ନିରନ୍ତରତାକୁ ବିଚାର କରାଯିବ।

Share