Categories: ଜାତୀୟ

କେନ୍ଦ୍ର ସରକାରଙ୍କୁ ମେହବୁବାଙ୍କ ଚେତାବନୀ: ଅନୁଚ୍ଛେଦ ୩୫-ଏ ବାରୁଦ ଗଦା ଭଳି ବିପଦପୂର୍ଣ୍ଣ

ନୂଆଦିଲ୍ଲୀ,୨୮।୭: କେନ୍ଦ୍ର ସରକାରଙ୍କୁ ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଚେତାବନୀ ଦେଇଛନ୍ତି। ରବିବାର ମେହବୁବା କହିଛନ୍ତି ଯେ, କେନ୍ଦ୍ର ସରକାର ଅନୁଚ୍ଛେଦ ୩୫-ଏରେ ପରିବର୍ତ୍ତନ ଆଣିବାର ଯୋଜନା କରୁଛନ୍ତି। ତେବେ ଏଭଳି ଦୁଃସାହସ କରିବା ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ। ଏହି ଅନୁଚ୍ଛେଦ ବାରୁଦ ଗଦା ଭଳି ବିପଦପୂର୍ଣ୍ଣ ତେଣୁ ଏହାଠାରୁ ଦୂରେଇ ରହିବା ଭଲ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଅନୁଚ୍ଛେଦ ୩୭୦ ଏବଂ ୩୫-ଏ ହଟାଇବା ନେଇ ପ୍ରସ୍ତାବ ଦେଇଛନ୍ତି। ମାତ୍ର ଏହାକୁ ରାଜ୍ୟର ରାଜନୈତିକ ନେତା ବିରୋଧ କରୁଛନ୍ତି।

Share