Categories: ଜାତୀୟ

କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଲାଗି ଅଣାଯିବ ନୂଆ ଅବସର ବୟସ ସୀମା !

ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଖୁବ୍‌ ଶୀଘ୍ର କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଲାଗି ନୂଆ ଅବସର ବୟସ ସୀମା ଘୋଷଣା କରିବାକୁ ଯାଉଛନ୍ତି। ନୂଆ ନିୟମ ଲାଗୁ ହେଲେ କେନ୍ଦ୍ର ସରକାରଙ୍କ କର୍ମଚାରୀ ୩୩ ବର୍ଷ ଚାକିରି କରିବା ପରେ ଅବସର ନେବେ କିମ୍ବା ଯଦି ଏହା ପୂର୍ବରୁ ୬୦ ବର୍ଷ ହୁଅନ୍ତି ତେବେ ମଧ୍ୟ ଅବସର ନେବେ। ଏହାଦ୍ୱାରା କର୍ମଚାରୀଙ୍କ ପଦୋନ୍ନତ୍ତି ଶୀଘ୍ର ହେବା ସହିତ ବହୁ ପଦବୀ ଖାଲି ହୋଇପାରିବ। ଏଥିରେ ଯୁବବର୍ଗଙ୍କୁ ନୂତନ ନିଯୁକ୍ତି ମିଳିପାରିବ। ତେବେ ଏହି ନୂତନ ନିୟମ ଦ୍ୱାରା ସୁରକ୍ଷାକର୍ମୀ ଅଧିକ ପ୍ରଭାବିତ ହେବେ। ସେମାନଙ୍କ କ୍ଷେତ୍ରରେ ପ୍ରାୟ ୨୨ ବର୍ଷ ପାଖାପାଖି ନିଯୁକ୍ତି ପ୍ରଦାନ କରାଯାଉଥିବାବେଳେ ୩୩ ବର୍ଷ ଚାକିରି ପରେ ସେମାନଙ୍କୁ ହାରାହାରି ୫୫ ବର୍ଷ ହୋଇଥିବାବେଳେ ଅବସର ନେବାକୁ ପଡ଼ିବ। ସରକାର ଏହି ପ୍ରସ୍ତାବ ଉପରେ କାମ କରିବା ଆରମ୍ଭ କରିସାରିଥିବା କୁହାଯାଉଛି।

Share