Categories: ଜାତୀୟ

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଅବସର ବୟସ ସୀମା ୬୦ ବର୍ଷରୁ କମିବନି

ନୂଆଦିଲ୍ଲୀ,୫।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଅବସର ବୟସ ସୀମା ୬୦ ବର୍ଷରୁ କମିବନି। ଏନେଇ ସରକାରଙ୍କ ପକ୍ଷରୁ କୌଣସି ଯୋଜନା ନାହିଁ ବୋଲି କାର୍ମିକ ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂ ଲୋକ ସଭାରେ ଗୁରୁବାର ସୂଚନା ଦେଇଛନ୍ତି। ପୂର୍ବରୁ କୁହାଯାଉଥିଲା ଯେ, ୨୦୨୦ ଏପ୍ରିଲ୍‌ ୧ଠାରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଅବସର ବୟସ ସୀମା ୩୩ ବର୍ଷର ଚାକିରୀ ଅବା ୬୦ ବର୍ଷ ବୟସ ରହିବ। ତେବେ ଏହାକୁ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ଏପରି କୌଣସି ପ୍ରସ୍ତାବ ସରକାରଙ୍କର ନାହିଁ ବୋଲି କାର୍ମିକ ରାଜ୍ୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଏହା ଦ୍ୱାରା କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଆଶ୍ୱସ୍ତି ମିଳିଥିବା କୁହାଯାଉଛି।

Share