Categories: ଜାତୀୟ

କେନ୍ଦ୍ର ସରକାର ପୁଡୁଚେରୀକୁ ଟ୍ରାନ୍ସଜେଣ୍ଡର ଘୋଷଣା କରିଦିଅନ୍ତୁ: ଭି.ନାରାୟଣସାମୀ

ପୁଡୁଚେରୀ,୨୨।୧୧:କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ। ଯେତେବେଳେ ଯାହା ମନ ହେଉଛି ସରକାର ଆମ ଉପରେ ସେହି ହିସାବରେ ବ୍ୟବହାର କରୁଛନ୍ତି। ତାଠାରୁ ଭଲ ପୁଡୁଚେରୀକୁ ସରକାର ଟ୍ରାନ୍ସଜେଣ୍ଡର ରାଜ୍ୟ ଘୋଷଣା କରିଦିଅନ୍ତୁ। ଏବେ ସ୍ଥିତି ଏପରି ହୋଇଛି ନା ଆମେ ଏପଟର ନା ସେପଟର। ଜିଏସଟି ବିଷୟ ଯେତେବେଳେ ଉଠୁ ସେତେବେଳେ ସରକାର ପୁଡୁଚେରୀକୁ ରାଜ୍ୟ ଭଳି ବ୍ୟବହାର କରୁଛନ୍ତି। ଆଉ କିଛି ଯୋଜନା ଲାଗୁ କରିବାର ଆବଶ୍ୟକତା ଥିବାବେଳେ ପୁଡୁଚେରୀକୁ କେନ୍ଦ୍ର ଶାସିତ ଅଞ୍ଚଳ ଆଖ୍ୟା ଦିଆଯାଉଛି ବୋଲି ସେ କହିଛନ୍ତି। କେନ୍ଦ୍ର ସରକାରଙ୍କ ଏଭଳି ଦୋମୁହଁା ନୀତି ସହିବା ଅପେକ୍ଷା ପୁଡୁଚେରୀକୁ ଡ୍ରାନ୍ସଜେଣ୍ଡର ଘୋଷଣା କରିଦେବା ଭଲ ବୋଲି ସେ ମତ ଦେଇଛନ୍ତି।

Share