Categories: ଜାତୀୟ

କେନ୍ଦ୍ର ସହ ଏନ୍‌ଆର୍‌ସି ଲଢ଼େଇ ପାଇଁ ପ୍ରସ୍ତୁତ ମମତା: ୧୯୭୧ରେ ଆସିଥିବା ୧୨ ହଜାର ଶରଣାର୍ଥୀଙ୍କୁ ଜମି ଦେବାକୁ ନିଷ୍ପତ୍ତି

କୋଲକାତା,୨୬।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନ୍‌ଆର୍‌ସି ନେଇ କେନ୍ଦ୍ର ସହିତ ଲଢ଼େଇ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୧୯୭୧ ମାର୍ଚ୍ଚ ପରେ ପଶ୍ଚିମବଙ୍ଗକୁ ଆସିଥିବା ୧୨ ହଜାର ଶରଣାର୍ଥୀଙ୍କୁ ମମତା ଜମି ଅଧିକାର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବରୁ ମମତା ୯୪ ଶରଣାର୍ଥୀ ବସ୍ତିକୁ ନିୟମିତ କରାଇଥିଲେ। ସେହିପରି ବିସ୍ଥାପିତଙ୍କୁ ମଧ୍ୟ ଜମି ଅଧିକାର ଦେବାକୁ ମମତା ସରକାର ଯୋଜନା କରିଛନ୍ତି। ମମତାଙ୍କ ଏଭଳି ନିଷ୍ପତ୍ତିକୁ ଭାଜପା ପକ୍ଷରୁ ବିରୋଧ କରାଯାଇଛି।

Share