Categories: ଖେଳ

କେନ୍‌ ଓ୍ବିଲିୟମସନଙ୍କୁ ଗ୍ରୀନ୍‌ ସିଗ୍‌ନାଲ

ଓ୍ବେଲିଂଟନ,୧।୧୧(ଏଏଫ୍‌ପି)- ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ବୋଲିଂ ଷ୍ଟାଇଲକୁ ଶୁକ୍ରବାର ଗ୍ରୀନ୍‌ ସିଗ୍‌ନାଲ ମିଳିଛି। ତାଙ୍କ ବୋଲିଂ ଶୈଳୀ ନେଇ ଗତ ଅଗଷ୍ଟରେ ଶ୍ରୀଲଙ୍କା ବିପକ୍ଷ ଗାଲେ ଟେଷ୍ଟ ବେଳେ ରିପୋର୍ଟ କରାଯାଇଥିଲା। ଡାହାଣହାତୀ ବ୍ୟାଟ୍ସମ୍ୟାନ ଜଣେ ପାର୍ଟ ଟାଇମ ଅଫ୍‌ ସ୍ପିନର। ସେ ଗତ ମାସରେ ଇଂଲଣ୍ଡରେ ବୋଲିଂ ପରୀକ୍ଷାର ସମ୍ମୁଖୀନ ହୋଇଥିଲେ। ସେଠାରେ ତାଙ୍କ ବୋଲିଂ ଷ୍ଟାଇଲରେ କହୁଣି ଆଇସିସି ଦ୍ୱାରା ଧାର୍ଯ୍ୟ କୋଣରେ ରହୁଥିବା ଜଣାପଡ଼ିଥିଲା। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଶୁକ୍ରବାର ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ବୋଲିଂ ଷ୍ଟାଇଲ ଆଇନଗତ ଥିବା ସ୍ପଷ୍ଟ କରିଛି। ସେ ଏବେ ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ କରିପାରିବେ ବୋଲି ଆଇସିସି ପକ୍ଷରୁ ବିବୃତିରେ କୁହାଯାଇଛି। ଓ୍ବିଲିୟମସନ ଇଂଲଣ୍ଡ ବିପକ୍ଷ ଚଳିତ ଟି୨୦ ସିରିଜ ଖେଳୁ ନାହାନ୍ତି।

Share