କେନ ଓ୍ବିଲିୟମସନଙ୍କ ଖେଳୁଆଡ଼ ମନୋଭାବ ଉପରେ ପ୍ରଶ୍ନ

ବର୍ମିଂହାମ,୨୦।୬(ପି.ଟି.)- ଏଠାରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଅଧିନାୟକ କେନ ଓ୍ବିଲିୟମସନଙ୍କ ଅପରାଜିତ ଶତକ ବଳରେ ନ୍ୟୁଜିଲାଣ୍ଡ ୪ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। କିନ୍ତୁ ଓ୍ବିଲିୟମସନଙ୍କ  ଖେଳୁଆଡ଼ ମନୋଭାବ ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଖେଳାଳି ପଲ ଆଡାମ୍ସ। ଓ୍ବିଲିୟମ୍‌ସନଙ୍କ ଶତକୀୟ ଇନିଂସ ଅବସରରେ ୩୮ତମ ଓଭରରେ ଉଇକେଟକିପର କ୍ୱିଣ୍ଟନ ଡି’କକ୍‌ଙ୍କ ହାତରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଦକ୍ଷିଣ ଆଫ୍ରିକୀୟ ଖେଳାଳିଙ୍କ ଅପିଲ ସତ୍ତ୍ୱେ ଏହାକୁ ଅମ୍ପାୟର ଆଉଟ୍‌ ଦେଇ ନ ଥିଲେ। ଦଳ ନିକଟରେ ରିଭ୍ୟୁ ବାକି ଥିଲା। ହେଲେ ରିଭ୍ୟୁ ବ୍ୟବହାର କରାଯାଇ ନ ଥିଲା। ପରେ ରିପ୍ଲେରେ ବଲ ବ୍ୟାଟ୍‌ରେ ବାଜିଥିବା ଜଣାପଡ଼ିଥିଲା। ଓ୍ବିଲିୟମସନ କାହିଁକି ନିଜ ଆଡୁ ପ୍ୟାଭିଲିଅନ ଫେରି ଗଲେ ନାହିଁ ବୋଲି ଆଡାମ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ଆମେ ଜାଣି ନ ଥିଲୁ। ସେତେବେଳେ ମୁଁ ଲଙ୍ଗ ଅନ୍‌ ଅଞ୍ଚଳରେ ଥିଲି। କ୍ୟାଚ୍‌ ବେଳେ କେବଳ ଡି’କକ୍‌ଙ୍କ ହିଁ ନିକଟରେ ଥିଲେ। ତାଙ୍କ ନିଷ୍ପତ୍ତିକୁ ଭରସା କରିଥିଲି ବୋଲି ଡୁ’ପ୍ଲେସି ମ୍ୟାଚ୍‌ ପରେ କହିଛନ୍ତି।

Share