କେବଳ ଗଞ୍ଜାମରେ କରୋନା ନେଲାଣି ୮ ଜୀବନ

ଛତ୍ରପୁର,୨୨ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଗୋଟିଏ ପରେ ଗୋଟିଏ ଜୀବନ ନେଉଛି କରୋନା। ଫଳରେ ଜିଲାବାସୀ ଭୟଭୀତ ହୋଇପଡ଼ିଛନ୍ତି। ସୋମବାର ମଧ୍ୟ ଜିଲାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ୪୬ ବର୍ଷୀୟ ଜଣେ ବ୍ୟକ୍ତି। ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର ଟୁଇଟ୍‌ କରି ସୂଚନା ଦିଆଯାଇଛି। ଏହାଫଳରେ ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ୮ରେ ପହଞ୍ଚିଛି। ଏହି ବ୍ୟକ୍ତି ଜଣକ ଫୁସ୍‌ଫୁସ୍‌ ରୋଗରେ ଆକ୍ରାନ୍ତ ଥିଲେ ବୋଲି କୁହାଯାଇଛି। ରବିବାର ମଧ୍ୟ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା।

Share