Birmingham: India's captain Virat Kohli unveils the new team jersey ahead of their Cricket World Cup match against England at Edgbaston in Birmingham, England, Saturday, June 29, 2019. AP/PTI(AP6_29_2019_000083B)
ବର୍ମିଂହାମ,୩୦।୬ (ପି.ଟି.)- ନୀଳ ସବୁବେଳ ଆମ ଜର୍ସିର ରଙ୍ଗ ହୋଇ ରହିବ। ତେବେ ଗୋଟିଏ ମ୍ୟାଚ୍ରେ ଆମେ ଅରେଞ୍ଜ ବା କମଳା ରଙ୍ଗର ଜର୍ସ ପିନ୍ଧିବୁ ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି। ରବିବାର ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଭାରତୀୟ ଖେଳାଳିମାନେ ନୀଳ ବଦଳରେ ଅରେଞ୍ଜ ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇବେ। ଏହି ଜର୍ସିକୁ ନେଇ କୋହଲି ସନ୍ତୋଷ ପ୍ରକଟ କରିଛନ୍ତି। ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ହୋମ୍ ଆଣ୍ଡ ଆଓ୍ବେ ନିୟମ ଅନୁସାରେ ଭାରତୀୟ ଖେଳାଳିମାନେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଏହି ଜର୍ସି ପରିଧାନ କରିବେ। ଶନିବାର ଆନୁଷ୍ଠାନିକ ଭାବେ ଏହି ଜର୍ସିର ଉନ୍ମୋଚନ କରାଯାଇଛି। ନୀଳ ରଙ୍ଗ ହେଉଛି ଆମର ସ୍ଥାୟୀ ରଙ୍ଗ। ତେବେ ଏହି ଅରେଞ୍ଜ ଜର୍ସି ବେଶ୍ ଭଲ ହୋଇଛି ବୋଲି କୋହଲି ଉନ୍ମୋଚନ ଅବସରରେ କହିଛନ୍ତି। କମଳା ରଙ୍ଗକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାକୁ କେତେକ ରାଜନୈତିକ ଦଳ ବିରୋଧ କରିଥିଲେ। କେନ୍ଦ୍ର ସରକାର କ୍ରୀଡ଼ାର ଗେରୁଆକରଣ କରୁଛନ୍ତି ବୋଲି କେତେକ ରାଜନୈତିକ ଦଳ ମତ ଦେଇଥିଲେ। ଉଲ୍ଲେଖଥାଉ କି, କିଛି ଦିନ ତଳେ ଏଏଫ୍ସି କପ୍ ଟୁର୍ନାମେଣ୍ଟରେ ଭାରତୀୟ ମହିଳା ଦଳ ଅରେଞ୍ଜ ଜର୍ସି ପିନ୍ଧିଥିଲା। କୋହଲି ନୂଆ ଜର୍ସିର ଡିଜାଇନ୍କୁ ବେଶ୍ ପସନ୍ଦ କରିଛନ୍ତି। ଏହି ଜର୍ସିକୁ ସେ ୧୦ରୁ ୮ ନମ୍ବର ଦେଇଛନ୍ତି। ଏହି ଜର୍ସି ପିନ୍ଧି ଆମେ ବିଜୟୀ ହେବୁ ବୋଲି ସେ ଆଶା ପ୍ରକାଶ କରିଛନ୍ତି।