କେବଳ ଗ୍ରୀନ୍‌ ଜୋନ୍‌ରେ ଚାଲିବ ବସ୍‌

ଭୁବନେଶ୍ୱର, ୪ା୫(ବ୍ୟୁରୋ): ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସୋମବାରଠାରୁ ଆରମ୍ଭ ହୋଇଥିବା ବେଳେ ଗ୍ରୀନ୍‌ ଜୋନ୍‌ରେ ଥିବା ଜିଲାଗୁଡ଼ିକରେ ଯାତ୍ରୀବାହୀ ବସ୍‌ ଚଳାଚଳ କରିବାରିବ। ଏ ନେଇ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୋମବାର ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଯାତ୍ରୀବାହୀ ବସ୍‌ଗୁଡିକ ନିଜର ସିଟ୍‌ କ୍ଷମତା ତୁଳନାରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ଧରି କେବଳ ଗ୍ରୀଜ୍‌ ଜୋନ୍‌ ଜିଲାଗୁଡ଼ିକ ଭିତରେ ଚଳପ୍ରଚଳ କରିପାରିବ। ତେବେ ବସ୍‌ ଚଳାଚଳ ନିମନ୍ତେ ବୈଧ ରୁଟ୍‌ ପରମିଟ୍‌, ରେଜିଷ୍ଟ୍ରେଶନ, ସାର୍ଟିଫିକେଟ, ଫିଟ୍‌ନେସ ସାର୍ଟିଫିକେଟ, ପ୍ରଦୂଷଣ ସାର୍ଟିଫିକେଟ ଓ ବୀମା ଆଦି ଦସ୍ତାବିଜ ରହିବା ଜରୁରୀ। ଏ ନେଇ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରୁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି ହୋଇଛି। ତେବେ ରେଡ୍‌ କିମ୍ବା ଅରେଞ୍ଜ୍‌ ଜୋନ୍‌କୁ ଏହି ଅନୁମତି ନାହିଁ।

Share