Categories: ଖେଳ

କେବଳ ଚୌକା, ଛକାରେ ଶତକ କରିଲେ ମନୀଷ ପାଣ୍ଡେ

ବିଜୟନଗରମ୍‌,୧୨।୧୧- ବିସିସିଆଇ ଆନୁକୂଲ୍ୟରେ ଚାଲିଥିବା ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ମଙ୍ଗଳବାର ସର୍ଭିସେସ ଓ କର୍ନାଟକ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ମନୀଷ ପାଣ୍ଡେ କେବଳ ବାଉଣ୍ଡ୍ରିରେ ହିଁ ଶତକ କରିଛନ୍ତି। ମାତ୍ର ୫୪ ବଲର ସମ୍ମୁଖୀନ ହୋଇଥିବା କର୍ନାଟକ ଦଳର ଅଧିନାୟକ ଅପରାଜିତ ୧୨୯ ରନ୍‌ କରିଥିଲେ। ତାଙ୍କ ବିସ୍ଫୋରକ ଇନିଂସରେ ୧୨ ଚୌକା ଓ ୧୦ ଛକା ସାମିଲ ଥିଲା। କେବଳ ଚୌକା ଓ ଛକାକୁ ମିଶାଇଲେ ସେ ମାତ୍ର ୨୨ ବଲରେ ୧୦୮ ରନ୍‌ କରିଥିଲେ। ଟି୨୦ ଫର୍ମାଟରେ ଏଭଳି ଶତକ କରିବାର ଘଟଣା ଖୁବକମ୍‌ ଦେଖିବାକୁ ମିଳେ। ଏହା ପାଣ୍ଡେଙ୍କ ଦ୍ୱିତୀୟ ଟି୨୦ ଶତକ। ତାଙ୍କର ଏଭଳି ଇନିଂସ ଯୋଗୁ କର୍ନାଟକ ଦଳ ୮୦ ରନ୍‌ରେ ସର୍ଭିସେସକୁ ହରାଇ ଦେଇଛି। କର୍ନାଟକ ଧାର୍ଯ୍ୟ ୨୦ ଓଭରରେ ୩ ଉଇକେଟ ହରାଇ ୨୫୦ ରନ୍‌ କରିଥିଲା। ଜବାବରେ ସର୍ଭିସେସ ଶେ ପର୍ଯ୍ୟନ୍ତ ବ୍ୟାଟିଂ କରି ୭ ଉଇକେଟ କ୍ଷତିରେ ୧୭୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

Share