ଫିଟ୍ ରହିବା ପାଇଁ ଯୋଗର ଆବଶ୍ୟକତା ରହିଛି। ହେଲେ ଜର୍ମାନୀର ଏକ ଯୋଗ ସେଣ୍ଟରରେ ଲୋକେ ଯୋଗ କରିବା ସହିତ ବିୟର ପିଇଥାନ୍ତି। ଏହାଦ୍ୱାରା ଶରୀର ସୁସ୍ଥ ରହିଥାଏ ବୋଲି ଏମାନଙ୍କର ବିଶ୍ୱାସ ରହିଛି। ଏହି ଯୋଗକୁ ‘ବିୟର ଯୋଗ’ ବୋଲି କୁହାଯାଏ। ଏହି ଯୋଗର ନାଁ ଶୁଣିବା ପରେ ଅନେକ ଲୋକ ଏଠାକୁ ଯୋଗ କରିବା ଲାଗି ଆସୁଛନ୍ତି। ଏଠି ଯୋଗ ଶିକ୍ଷା ନେଉଥିବା ବ୍ୟକ୍ତିମାନେ କୁହନ୍ତି ଯୋଗ ଆରମ୍ଭ କରିବା ପୂର୍ବରୁ ସମସ୍ତେ ଗୋଟିଏ ଢୋକ ବିୟର ପିଇଥାଆନ୍ତି। ଯାହା ସେମାନଙ୍କ ମସ୍ତିଷ୍କକୁ ସ୍ଥିର ରଖିବାରେ ସାହାଯ୍ୟ କରିଥାଏ। ତେବେ କେବଳ ବିୟର ପିଇକି ଏଠାରେ ଯୋଗ କରାଯାଏ ନାହିଁ। ଏହାର ବୋତଲକୁ ମୁଣ୍ଡ ଉପରେ ରଖି ବାଲାନ୍ସ ମଧ୍ୟ କରିବାକୁ ପଡେ। କେବଳ ଜର୍ମାନୀ କାହିଁକି ଏବେ ଅନ୍ ଲାଇନରେ ଉପଲବ୍ଧ ହେଉଥିବାରୁ ଏହି ଯୋଗକୁ ଆମେରିକା ଓ ଅଷ୍ଟ୍ରେଲିଆର ଲୋକେ ବେଶ୍ ପସନ୍ଦ କରୁଛନ୍ତି।