କେବଳ ରାନୁ ନୁହନ୍ତି, ମେକଅପ୍‌ ଯୋଗୁ ଟ୍ରୋଲ ହୋଇଛନ୍ତି ଏସବୁ ଅଭିନେତ୍ରୀ

ବମ୍ବେ: ନିକଟରେ ଏକ ଫ୍ୟାଶନ ଶୋ’ରେ ଇଣ୍ଟରନେଟ୍‌ ସେନସେଶନ ରାନୁ ମଣ୍ଡଳଙ୍କ ର଼୍ୟାମ୍ପ ଓ୍ବାକ୍‌ ଚର୍ଚ୍ଚାର ପରିସରକୁ ଆସିଥିଲା। ଏସବୁରେ ରାନୁଙ୍କ ମେକ୍‌ଅପ୍‌କୁ ନେଇ ସୋସିଆଲ ମିଡିଆରେ ଟ୍ରୋଲରମାନେ ସକ୍ରିୟ ହୋଇପଡ଼ିଥିଲେ। ସେମାନେ ରାନୁଙ୍କ ବିଭିନ୍ନ ମେମ୍‌ କରିବା ସହ ତାଙ୍କୁ ସମାଲୋଚନା କରିବାକୁ ପଛାଇ ନ ଥିଲେ। ତେବେ କେବଳ ଯେ ରାନୁ ତାହା ନୁହେଁ ବରଂ ବଲିଉଡର ଅନେକ ଅଭିନେତ୍ରୀ ମଧ୍ୟ ନିଜ ଲୁକ୍‌କୁ ନେଇ ଟ୍ରୋଲ ହୋଇସାରିଛନ୍ତି।

ତାଲିକା ଶୀର୍ଷରେ ଅଛନ୍ତି ପିସି ଓରଫ ପ୍ରିୟଙ୍କା ଚୋପ୍ରା। ୨୦୧୯ରେ ମେଟ୍‌ ଗାଲା ରେଡ୍‌ କାର୍ପେଟରେ ପିସିଙ୍କ ଲୁକ୍‌ ସମସ୍ତଙ୍କୁ ଚକିତ କରିଦେଇଥିଲା। ସେହିଭଳି ନୀଳ ନୟନୀ ଐଶ୍ୱର୍ଯ୍ୟା ରାୟଙ୍କ ୨୦୧୬ କାନ୍ସ ଲୁକ୍‌କୁ ନେଇ ଟ୍ରୋଲ କରାଯାଇଥିଲା। ଏଥିରେ ଐଶ୍‌ ପିନ୍ଧିଥିବା ଲିପ୍‌ଷ୍ଟିକ୍‌କୁ ନେଇ ଚର୍ଚ୍ଚା ହୋଇଥିଲା। କେହି କେହି ତାକୁ ଜାମୁକୋଳି ସହ ତୁଳନା କରୁଥିଲେ। ସେହିଭଳି ନିକଟରେ ଦିଶା ପଟାନୀ ନିଜର ଏକ ସେଲ୍‌ଫିକୁ ନେଇ ବଜ୍‌ ସୃଷ୍ଟି ହୋଇଥିଲା। ଦୀଶାଙ୍କ ଲାଲ୍‌ ଲିପ୍‌ଷ୍ଟିକ୍‌କୁ ନେଇ ଟ୍ରୋଲର୍‌ମାନେ କମେଣ୍ଟ କରି ମେକ୍‌ଅପ୍‌ ଦୋକାନ ବୋଲି କହିଥିଲେ।

Share