କେବଳ ଶନି-ରବିବାର ଶଟ୍‌ଡାଉନ୍‌; ଉଡ଼ା ଖବରକୁ ବିଶ୍ୱାସ କରନ୍ତୁ ନାହିଁ: ଏସ୍‌ଆର୍‌ସି

ଭୁବନେଶ୍ୱର,୯।୬(ବ୍ୟୁରୋ): ସପ୍ତାହର କେବଳ ଶନିବାର ଓ ରବିବା ଶଟ୍‌ଡାଉନ୍‌ ରହିବ। ଶନି ଓ ରବିବାର ବ୍ୟତୀତ ଅନ୍ୟ କୌଣସି ଦିନରେ ଶଟ୍‌ଡାଉନ୍‌ ହେବ ନାହିଁ। ଅନ୍ୟ ଦିନଗୁଡ଼ିକରେ ଶଟ୍‌ଡାଉନ୍‌ ବୃଦ୍ଧି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ଏସ୍‌ଆର୍‌ସି ପ୍ରଦୀପ ଜେନା ମଙ୍ଗଳବାର ଟୁଇଟ୍‌ କରି ସ୍ପଷ୍ଟ କରିଛନ୍ତି। ଏଣୁ ଉଡା କଥାକୁ ବିଶ୍ୱାସ କରନ୍ତୁ ନାହିଁ କିମ୍ବା ଆତଙ୍କିତ ହୁଅନ୍ତୁ ନାହିଁ ବୋଲି ସେ କହିଛନ୍ତି। ତେବେ ପୂର୍ବରୁ ୧୧ ଜିଲାରେ ପ୍ରତି ଶନିବାର ଓ ରବିବାର ଶଟ୍‌ଡାଉନ୍‌ ଘୋଷଣା ହୋଇଛି।

Share