Posted inଫୁରସତ

କେବଳ ସ୍ବାତୀ ନକ୍ଷତ୍ରରେ ପାଣି ପିଇଥାଏ ଏହି ପକ୍ଷୀ

ଭାରତୀୟ ମହିଳାମାନେ ସାଧାରଣତଃ ବ୍ରତ ଉପବାସ କରିଥାନ୍ତି। କିନ୍ତୁ ଗୋଟିଏ ପକ୍ଷୀ ନିର୍ଜଳା ବ୍ରତ କରୁଥିବା କେବେ ଶୁଣିଛନ୍ତି। ଅବିଶ୍ୱାସ ଲାଗୁଥିଲେ ବି ସତ। ଆସନ୍ତୁ ଜାଣିବା ଏହି ପକ୍ଷୀ ସମ୍ପର୍କରେ…

ପକ୍ଷୀଟି ଦିନେ ନୁହେଁ କି ମାସେ ନୁହେଁ ପୂରା ବର୍ଷସାରା ପାଣି ପିଇ ନ ଥାଏ। କେବଳ ସ୍ବାତୀ ନକ୍ଷତ୍ରରେ ବର୍ଷା ହେଲେ ପାଣି ପିଇଥାଏ। ଯଦି ଏହି ନକ୍ଷତ୍ରରେ ବର୍ଷା ନ ହେଲା ତେବେ ବର୍ଷସାରା ପକ୍ଷୀଟି ପାଣି ନ ପିଇ ରହିଥାଏ। ପକ୍ଷୀଟିର ନାମ ହେଲା ଚାତକ।

ଏହି ପକ୍ଷୀ ଦେଖିବାକୁ ମିଶ୍ରିିତ କଳାଧଳା। ସମସ୍ତ ଗରମ ଦେଶରେ ଏହା ଦେଖିବାକୁ ମିଳିଥାଏ। କୋଇଲି ପରି ଚାତକ ମଧ୍ୟ ଅଲଗା ଚଢ଼େଇ ବସାରେ ଅଣ୍ଡା ରଖିଥାଏ। ସମୟ ଆସିଲେ ଅଣ୍ଡାରୁ ଛୁଆ ଫୁଟି ଉଡ଼ି ଯାଇଥାଏ। ଏହା କୀଟପତଙ୍ଗ ଖାଇଥାଏ। ଏହି ପକ୍ଷୀ ଅତ୍ୟନ୍ତ ଶାନ୍ତ ସ୍ବଭାବର। ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ଶ୍ରୀଲଙ୍କାରେ ଏହା ଦେଖିବାକୁ ମିଳିଥାଏ। ଚାତକର ସ୍ବର କୋଇଲି ସହ ଟିକେ ମେଳ ଖାଇଥାଏ। ଘଞ୍ଚ ଜଙ୍ଗଲରେ ମଧ୍ୟ ଏହି ପକ୍ଷୀ ଦେଖାଯାଏ। ବିଶେଷକରି ଜହ୍ନରାତିରେ ଏହାର ସୁଲଳିତ ସ୍ବର ଶୁଣିବାକୁ ମିଳିଥାଏ। ବର୍ଷା ହେଲେ ଚାତକ ଉପରକୁ ମୁହଁ କରି ପାଣି ପିଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ସତରେ ମଣିଷ ପେଟରେ ଗଛ ବଢି ପାରିବ? ସତ ଜାଣିଲେ ତାଜୁବ ହେବେ

ପିଲାଦିନେ, ଆପଣ ଆପଣଙ୍କ ପରିବାରର ସଦସ୍ୟଙ୍କଠାରୁ ଏପରି ଅନେକ କଥା ଶୁଣିଥିବେ ଯେ, ମଞ୍ଜି ଗିଳିଦେଲେ ପେଟରେ ଗଛ ଉଠିବ। କିନ୍ତୁ ଏହା ସତ ନୁହେଁ...

ଫାଶୀ ପୂର୍ବରୁ କଏଦୀଙ୍କୁ କାହିଁକି ପଚରାଯାଏ ଶେଷଇଛା? କାରଣ ଜାଣି ନ ଥିବେ…

ପ୍ରାୟତଃ ଆପଣ ଶୁଣିଥିବେ ଯେ କିଛି ନିର୍ଦ୍ଧିଷ୍ଟ ମାମଲାର ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଏ। କିନ୍ତୁ ଆପଣ ଜାଣନ୍ତି କି କେଉଁ ନିୟମ ଅନୁଯାୟୀ ଅପରାଧୀଙ୍କୁ ଫାଶୀ...

କାହିଁକି ଅଧିକ ବର୍ଷ ବଞ୍ଚନ୍ତି ଏହି ଲୋକେ

କିଛି ଗବେଷଣାରୁ ଜଣାପଡ଼ିଛି ଯେ,ଜାପାନର ଲୋକେ ଦୀର୍ଘ ବର୍ଷ ବଞ୍ଚନ୍ତି।ସେମାନଙ୍କ ଦୀର୍ଘାୟୁ ହେବା ପଛରକାରଣ କ’ଣ ଜାଣନ୍ତୁ ସେ ସମ୍ପର୍କରେ… ଜାପାନର ଲୋକଙ୍କୁ ଦେଖି ସେମାନଙ୍କ...

ଏମିତି ଡାଇନିଂ ଦେଖିଲେ

ଏହି ବଡ଼ ମସୃଣ ଅଣ୍ଡାକୃତିର ଜିନିଷଟିକୁ ଦେଖି ଭାବୁଥିବେ ଏତେ ବଡ଼ ଅଣ୍ଡା ପୁଣି କେଉଁଠୁ ଆସିଲା? ତେବେ ପ୍ରକୃତରେ ଏହା ଅଣ୍ଡା ନୁହେଁ, ବରଂ...

ଫୋନ ବ୍ୟବହାରକାରୀ ସାବଧାନ, ବାବା ଭେଙ୍ଗା କଲେ ଏମିତି ଭବିଷ୍ୟବାଣୀ

ନୂଆଦିଲ୍ଲୀ: ବାବା ଭେଙ୍ଗା ଅନେକ ପ୍ରକାରର ଭବିଷ୍ୟବାଣୀ କରିବା ସମସ୍ତେ ଜାଣନ୍ତି। ତାଙ୍କ ମୃତ୍ୟୁ ପୂର୍ବରୁ, ବାବା ଏପରି ଅନେକ ଭବିଷ୍ୟବାଣୀ କରିଥିଲେ ଯାହା ଆଜିର...

Shocking News: ବିନା ବେକରେ ଦେଢ଼ ବର୍ଷ ଯାଏ ବଞ୍ଚିଲା କୁକୁଡ଼ା, ଚମତ୍କାର ଦେଖି ଆଶ୍ଚର୍ଯ୍ୟ ହେଲେ ବୈଜ୍ଞାନିକ

ଯଦି କାହାର ବେକ କଟିଯାଏ, ତେବେ ସେ କ’ଣ ବଞ୍ଚିପାରିବ? ଏହି ପ୍ରଶ୍ନର ସ୍ପଷ୍ଟ ଉତ୍ତର ହେବ – ନା। ହେଲେ ଆମେ ଆପଣଙ୍କୁ ଏପରି...

ପ୍ରଥମ ଦରମା ବୋଉକୁ ଦେଇଥିଲି

ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ମଙ୍ଗଳାଯୋଡ଼ି ଗ୍ରାମପଞ୍ଚାୟତର ନୂଆପଡ଼ା ଗାଁର ଏକ ପାଇକ ପରିବାରରେ ମୋ ଜନ୍ମ। ମୁଁ  ଘରର ପ୍ରଥମ ସନ୍ତାନ। ଗାଁଟି ନିପଟ...

କ’ଣ ପାଓ୍ବାର ବ୍ୟାଙ୍କ୍‌ ବ୍ୟବହାର କରିବା ଦ୍ୱାରା ଫୋନ ଖରାପ ହୋଇଯାଏ? ଜାଣନ୍ତୁ…

ଆଜିକାଲି ସ୍ମାର୍ଟଫୋନର ବ୍ୟବହାର ଏତେ ବୃଦ୍ଧି ପାଇଛି ଯେ ଚାର୍ଜିଂ ସମସ୍ୟା ଏକ ସାଧାରଣ ସମସ୍ୟା ହୋଇଗଲାଣି। ସ୍ମାର୍ଟଫୋନ ଚାର୍ଜ କରିବା ପାଇଁ ପାୱାର ବ୍ୟାଙ୍କର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image