Categories: କନ୍ଧମାଳ

କେବିସି ହଟ ସିଟ୍‌ରେ କନ୍ଧମାଳ ଏମ୍‌ପି

ଫୁଲବାଣୀ ଅଫିସ, ୧୩ା୧୧- ସୋନି ଟିଭିରେ ପ୍ରସାରିତ ରିୟଲିଟି ଶୋ’ କୌନ ବନେଗା କରୋଡପତି (କେବିସି)ରେ କନ୍ଧମାଳ ଏମ୍‌ପି ଡ. ଅଚ୍ୟୁତ ସାମନ୍ତ ଭାଗ ନେଇଛନ୍ତି। ଆସନ୍ତା ୧୫ ତାରିଖ ଶୁକ୍ରବାର ରାତି ୯ଟାରେ ଏହା ପ୍ରସାରିତ ହେବ ା ଏକ ସ୍ପେଶାଲ ଏପିସୋଡ ‘କର୍ମବୀର’ରେ ଅଚ୍ୟୁତଙ୍କ ସହ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ହଟ୍‌ ସିଟ୍‌ରେ ବସିବେ। ଏହି ଶୋ’ରେ ଅମିତାଭ ବଚ୍ଚନଙ୍କ ବିଭିନ୍ନ ପ୍ରଶ୍ନ ଜରିଆରେ ଏମ୍‌ପି ସାମନ୍ତଙ୍କ ସଂଘର୍ଷମୟ ଜୀବନୀ ବିଷୟରେ ଜାଣିବାକୁ ମିଳିବ ା ଏମ୍‌ପି ମଧ୍ୟ ନିଜ ସଂଘର୍ଷ ବିଷୟରେ କହିଛନ୍ତି। ଏହି ଅବସରରେ ସେ ଅମିତାଭ ବଚ୍ଚନଙ୍କୁ ଓଡିଶାର ପ୍ରସିଦ୍ଧ ଛେନାପୋଡ ଓ କିସ୍‌ ଛାତ୍ରୀଛାତ୍ରଙ୍କ ତରଫରୁ ପ୍ରସ୍ତୁତ ପେଣ୍ଟିଂ ଦେଇଥିବା ଏମ୍‌ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି ା