Categories: ଜାତୀୟ

କେବେ ମା’ ହେବେ ଏହାର ନିଷ୍ପତ୍ତି ନେବେ ମହିଳା: କେନ୍ଦ୍ରକୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୫।୭: କେବେ ମା’ ହେବେ ଏନେଇ ନିଷ୍ପତ୍ତି ନେବା ଅଧିକାର ମହିଳାଙ୍କୁ ମିଳିବା ଆବଶ୍ୟକ। ସୁପ୍ରିମ୍‌କୋର୍ଟରେ ଏଭଳି ଆବେଦନ ହୋଇଥିବା ଏକ ମାମଲାରେ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ୩ଜଣ ମହିଳା ଏନେଇ ଆବେଦନ କରିଥିଲେ। ଆବେଦନରେ ଦର୍ଶାଯାଇଥିଲା ଯେ, ଗର୍ଭପାତକୁ ଅପରାଧ ତାଲିକାରୁ ହଟାଯାଉ। ମହିଳା ଚାହିଁଲେ ଗର୍ଭପାତ କରିପାରିବେ। ଏହା ସହିତ ଏଥିରେ କୁହାଯାଇଥିଲା ଯେ ମେଡିକାଲ ଟର୍ମିନେଶନ୍‌ ଅଫ୍‌ ପ୍ରେଗ୍ନାସି ଆକ୍ଟର କେତେକ ଉପଧାରା ମହିଳାଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି। ଏହାକୁ ହଟାଇବା ଆବଶ୍ୟକ। ଏହାର ବିଚାର କରି ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କ ମତ ଲୋଡିଛନ୍ତି।

Share