Categories: ଜାତୀୟ

କେମିକାଲ ପ୍ଲାଣ୍ଟରେ ଗ୍ୟାସ ଲିକ୍‌: ୮ ମୃତ, ୫ହଜାର ଅସୁସ୍ଥ

ବିଶାଖାପଟନମ,୭।୫: ଆନ୍ଧ୍ର ପ୍ରଦେଶର ଭାଇଜାକରେ ଥିବା ଏକ କେମିକାଲ ପ୍ଲାଣ୍ଟରେ ଗୁରୁବାର ସକାଳେ ଗ୍ୟାସ୍‌ ଲିକ୍‌ ହେବା ପରେ ସକାଳ ୧୦ଟା ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ହଜାର ଲୋକ ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୨ ବରିଷ୍ଠ ନାଗରିକ ଥିବା ବେଳେ ଜଣେ ୮ ବର୍ଷର ଶିଶୁ କନ୍ୟା ରହିଛନ୍ତି। ଆର୍‌ ଆର୍‌ ଭେଙ୍କଟପୁରମରେ ଥିବା ଏଲ୍‌ଜି ପଲିମର୍ସ ଇଣ୍ଡଷ୍ଟ୍ରିରେ ଗୁରୁବାର ଭୋର ପ୍ରାୟ ୩ଟାରେ ଏହି ଦୁର୍ଘଟଣା ଘଡିଛି। ଏହି କେମିକାଲ ପ୍ଲାଣ୍ଟକୁ ଲାଗି ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ଲୋକେ ଭୟଭୀତ ହେବାସହ ଏହାପାଖ ଦେଇ ଯାତାୟାତ କରୁଥିବା ବା ବସବାସ କରୁଥିବା ଲୋକେ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ସହ ଲୋକଙ୍କ ଦେହହାତ କୁଣ୍ଡାଇ ହେବା ସହ ଆଖି ମଧ୍ୟ ପୀଡା ହେଉଛି ବୋଲି ଅଭିଯୋଗ କରୁଛନ୍ତି।

Share