କେମିତି ବଢିବ ରୋଗ ପ୍ରତିରୋଧକ ଶକ୍ତି

ହାଭାର୍ଡ ଓ୍ବିଓ୍ବିରେ ଆଧୁନିକ ଚିକିତ୍ସାକୁ ନେଇ ଅଧ୍ୟୟନ କରୁଥିବା ଡାକ୍ତର ଓ୍ବିଲିୟମ ଲି ଏମିତି କିଛି ଖାଦ୍ୟ ପଦାର୍ଥ ସମ୍ପର୍କରେ ସୂଚନା ଦେଇଛନ୍ତି ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି, ଷ୍ଟେମ ସେଲ୍‌, ଡିଏନ୍‌ଏ, ଶରୀରରେ ଥିବା ଭଲ ବ୍ୟାକ୍ଟେରିଆ ଓ ରକ୍ତ ବାହିକାଙ୍କୁ ସୁରକ୍ଷିତ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ତାଙ୍କ ମତରେ ଏହି ୫ଟି ପ୍ରଣାଳୀ ଉପରେ ଯଦି କିଛି ପ୍ରଭାବ ପଡିଥାଏ ତେବେ ଶରୀର ରୋଗଗ୍ରସ୍ତ ହୋଇଥାଏ। ଯଦି ଏହି ୫ଟି ପ୍ରଣାଳୀକୁ ପ୍ରଥମରୁ ସୁସ୍ଥ ରଖାଯାଏ ତେବେ କ୍ୟାନସର ଭଳି ସମସ୍ୟା ମଧ୍ୟ ଉପୁଜି ନ ଥାଏ। ଡାକ୍ତର ଲି ୩୦ ବର୍ଷ ହେବ ଚିକିତ୍ସା ଅନୁସନ୍ଧାନ ଓ ୭ଶହରୁ ଅଧିକ ଅଧ୍ୟୟନ ପରେ ଏହି ତଥ୍ୟ ଦେଇଛନ୍ତି। ତେବେ ରୋଗ ପ୍ରତିରୋଧକ ଶକ୍ତି କେଉଁଥିରେ ରହିଛି।
ସବୁଜ ରଙ୍ଗର ସେଓ: ଏଥିରେ ଥିବା ପଲିଫିନୋଲ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
ଗ୍ରୀନ୍‌ ଟି: ଅତି ସକ୍ରିୟ ପ୍ରତିରକ୍ଷା ପ୍ରଣାଳୀକୁ ଶାନ୍ତ ରଖିବାରେ ସହାୟକ ହୋଇଥାଏ।
ବ୍ରୋକଲି: ଏଥିରେ ଥିବା ଭିଟାମିନ୍‌ ସି ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ। ଏହା ଫ୍ଲୁ ଓ ଭାଇରସଠାରୁ ଦୂରେଇ ରଖିଥାଏ।
ପାଳଙ୍ଗ: ଏହା ଭିଟାମିନ୍‌ ସି, ବିଟା କ୍ୟାରୋଟିନ୍‌ ଓ ଆଣ୍ଟି ଅକ୍ସିଡାଣ୍ଟରେ ଭରପୂର। ଯାହା ଶରୀର ପାଇଁ ନିତାନ୍ତ ଆବଶ୍ୟକ।
ଜ: ଏଥିରେ ଥିବା ଫାଇବର ହୃତପିଣ୍ଡକୁ ସୁସ୍ଥ ରଖିଥାଏ।
ଅଲିଭ ଅଏଲ: ଏଥିରେ ପ୍ରଚୁର ପରିମାଣରେ ରୋଗ ପ୍ରତିରୋଧକ କ୍ଷମତା ରହିଛି।
ଅଙ୍ଗୁର ରସ: ଏଥିରେ ଥିବା ବାୟୋଆକ୍ଟିଭ କମ୍ପାଉଣ୍ଡ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ।