କେମିତି ହେଲା ବଲିଉଡ୍‌ ଏଣ୍ଟ୍ରି

ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀଙ୍କୁ ପ୍ରଥମେ ବ୍ରେକ୍‌ ମିଳିଥିଲା ‘ଦବଙ୍ଗ’ରେ। ଏହି ଫିଲ୍ମର ନାୟକ ଥିଲେ ସଲମାନ ଖଁା ଏବଂ ଚିତ୍ରଟି ହିଟ୍‌ ହୋଇଥିଲା। ହେଲେ ଏହି ଫିଲ୍ମ ସାଇନ୍‌ କରିବା ପୂର୍ବରୁ ଏକ ଘଟଣା ଘଟିଥିଲା। ଆକ୍ଟିଂ ଲାଇନ୍‌କୁ ଆସିବାକୁ ସୋନାକ୍ଷୀଙ୍କର ଆଦୌ ଇଚ୍ଛା ନ ଥିଲା। କାରଣ ଏହାପୂର୍ବରୁ ସେ ଫ୍ୟାଶନ ଡିଜାଇନିଂ କୋର୍ସ କରିସାରିଥିଲେ। କେବଳ ସେତିକି ନୁହେଁ, ୨୦୦୫ରେ ମୁକ୍ତିଲାଭ କରିଥିବା ‘ମେରେ ଦିଲ୍‌ ଲେକେ ଦେଖୋ’ର ସେ କଷ୍ଟ୍ୟୁମ ଡିଜାଇନିଂ କରିଥିଲେ। ଯେତେବେଳେ ଆକ୍ଟିଂ କଥା ପଡ଼ିଲା ସେ ଏ ନେଇ ମନା କରିବା ପରେ ସଲମାନ ତାଙ୍କୁ ବୁଝାଇବାକୁ ଯାଇଥିଲେ। ବାସ୍‌, କିଛି ସମୟ କଥାବାର୍ତ୍ତା ଭିତରେ ସଲମାନ ତାଙ୍କୁ କି ମନ୍ତ୍ର ଦେଲେ କେଜାଣି ସୋନାକ୍ଷୀ ଅଭିନୟ କରିବାକୁ ରାଜି ହୋଇଯାଇଥିଲେ। ପ୍ରଥମ ସିନେମା ‘ଦବଙ୍ଗ’ ପାଇଁ ତାଙ୍କୁ ବେଶ୍‌ ପରିଶ୍ରମ କରିବାକୁ ପଡ଼ିଥିଲା। ପ୍ରଥମେ ଏହି ଫିଲ୍ମ ପାଇଁ ସେ ୩୦ କି.ଗ୍ରା. ଓଜନ କମାଇଥିଲେ। ସେଥିପାଇଁ ତାଙ୍କୁ ନିୟମିତ ଜିମ୍‌ ଯିବା ସହ ସୁଇମିଙ୍ଗ ଓ ଯୋଗ ଆଦି କରିବାକୁ ପଡ଼ିଥିଲା। ଗୋଟିଏ କଥା ଜାଣନ୍ତି ? ସୋନାକ୍ଷୀ ଜଣେ ଭଲ ଚିତ୍ରଶିଳ୍ପୀ। କିଛି ସମୟ ଅନ୍ତରାଳରେ ଖାଇବା ତାଙ୍କର ଏକ ଅଭ୍ୟାସ। ବାହାରକୁ ଗଲେ ସେ ନିଜ ସହ ୨-୩ ପେୟାର ଡ୍ରେସ୍‌ ନେବାକୁ ଭୁଲି ନ ଥାନ୍ତି।

Share