Categories: ଜାତୀୟ

କେମିତି ହୋଇଥିଲା ହାଇଦ୍ରାବାଦ ଗଣବଳାତ୍କାର ଅଭିଯୁକ୍ତଙ୍କୁ ଏନକାଉଣ୍ଟର

ହାଇଦ୍ରାବାଦ୍‌,୬।୧୨: ୮ ଦିନ ତଳେ ତେଲେଙ୍ଗାନରେ ଡାକ୍ତରାଣୀଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତ ଆରିଫ, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଏବଂ ଚିନ୍ତାକୁନ୍ତା ଚେନ୍ନାକେଶବୁଲୁଙ୍କୁ ପୋଲିସ ଗିରଫ କରିଥିଲା। ଏହି ୪ ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପୋଲିସ ଗୁରୁବାର ରାତିରେ ୪ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ତଦନ୍ତ କରୁଥିବାବେଳେ ସେମାନେ ଫେରାର ହେବାକୁ ଉଦ୍ୟମ କରିଥିଲେ। ଫଳରେ ପୋଲିସ ବାଧ୍ୟ ହୋଇ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଭୋର ପ୍ରାୟ ୩ଟାରୁ ୬ ଟା ମଧ୍ୟରେ ଏହି ଘଟଣା ଘଟିଛି। ଯେଉଁ ସ୍ଥାନରେ ଅଭିଯୁକ୍ତମାନେ ଡାକ୍ତରାଣୀଙ୍କୁ ମାରିଥିଲେ ସେହିଠାରେ ହିଁ ୪ ଜଣଙ୍କୁ ଏନକାଉଣ୍ଟର କରାଯାଇଛି। ସୂଚନାଯୋଗ୍ୟ, ଗତ ୨୭ ତାରିଖ ରାତି ୯ଟା ୨୦ରେ ଅଭିଯୁକ୍ତମାନେ ଡାକ୍ତରାଣୀଙ୍କୁ ସ୍କୁଟର ଚକ ମରାମତି କରିଦେବା ବାହାନାରେ ତାଙ୍କୁ ମଦ ପିଆଇ ବଳାତ୍କାର କରିବା ପରେ ସାଢ଼େ ୧୦ଟାବେଳକୁ ତାଙ୍କୁ ପୋଡ଼ି ମାରିଦେଇଥିଲେ।

Share