ଗଞ୍ଜାମ,୨୨ା୪(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟ ବିଜ୍ଞାନ ଛାତ୍ରୀଛାତ୍ରମାନଙ୍କ ଅଭିଭାବକମାନଙ୍କୁ ଗତ ଦୁଇଦିନ ହେଲା ଏକ ଫୋନ କଲ ଆସୁଛି। ତୁମ ପିଲାର କେମେଷ୍ଟ୍ରି ପେପର ଖରାପ ହୋଇଛି। ୪ ହଜାର ଟଙ୍କା ଦେଲେ ପାସ ମାର୍କ ମିଳିବ। ଏଭଳି କେହି ଦୁର୍ବୃତ୍ତ ଫୋନରେ କହୁଥିବା ମଙ୍ଗଳବାର ଗଞ୍ଜାମ ଥାନାରେ ଅଭିଯୋଗ ହୋଇଛି। ଏଥିସହିତ ଗଞ୍ଜାମ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ମଧ୍ୟ ଅବଗତ କରାଯାଇଛି।


