Categories: ଜାତୀୟ

କେମେଷ୍ଟ୍ରୀ ସାମ୍ନାରେ ହାରିଗଲା ପାଟିଗଣିତ: ମୋଦି

ବାରାଣସୀ,୨୭।୫: ଭାଜପାର ବିପୁଳ ବିଜୟ ପରେ ମେ ୩୦ରେ ନୂଆ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ନେବେ। ଦଳର ଏହି ବିଜୟ ପାଇଁ ଭାଜପାକର୍ମୀଙ୍କ ଲୋକ ସମ୍ପର୍କ, ଲୋକ ଶିକ୍ଷା, ଲୋକ ସଂଗ୍ରହ ତଥା ଲୋକ ସମର୍ପଣ ଦାୟୀ ବୋଲି ମୋଦି ଏକ ସଭାରେ ଉପସ୍ଥିତ ଲୋକଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଏସବୁ ହେଉଛି ସାମାଜିକ କେମେଷ୍ଟ୍ରୀ। ଏହି ସାମାଜିକ କେମେଷ୍ଟ୍ରୀ ସାମ୍ନାରେ ନିର୍ବାଚନୀ ପାଟିଗଣିତ ହାର୍‌ ମାନିଥିବା ମୋଦି କହିଛନ୍ତି। ରାଜନୈତିକ ମିଶାଣ ଫେଡ଼ାଣ ଚଳିତ ନିର୍ବାଚନରେ ହାର୍‌ ମାନିଥିବା ମୋଦି କହିଛନ୍ତି। ଲୋକ ସେବକ ଭାବେ କାର୍ଯ୍ୟ କରିଥିବାରୁ ଭାଜପାକୁ ପୁଣିଥରେ ଏହି ସଫଳତା ମିଳିଥିବା ସେ କହିଛନ୍ତି।

Share