କେରଳରୁ ଫେରିଲେ ୪୧ ଦାଦନ ଶ୍ରମିକ

ନବରଙ୍ଗପୁର,୨୩।୩(ବି.ପ୍ର.): କରୋନା ଭୟାବହତା ପୂରା ବିଶ୍ୱରେ ବ୍ୟାପିଛି। ବାହାରୁ ଆସୁଥିବା ଦାଦନ ଶ୍ରମିକଙ୍କ ଉପରେ ବିଶେଷ ଦୃଷ୍ଟି ଦେବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହା ମଧ୍ୟରେ କେରଳରୁ ୪୧ଜଣ ଦାଦନ ଶ୍ରମିକ ସୋମବାର ନବରଙ୍ଗପୁରସ୍ଥିତ ସେମାନଙ୍କ ଘରକୁ ଫେରିଛନ୍ତି। ସେମାନଙ୍କର ତଥ୍ୟ ସଂଗ୍ରହ କରି ଗାଁକୁ ପଠାଇଛି ପ୍ରଶାସନ। ଅନ୍ୟପକ୍ଷେ ଦାଦନ ଶ୍ରମିକମାନଙ୍କ ନିକଟରେ ସ୍ବାସ୍ଥ୍ୟ ଯାଞ୍ଚ ସମ୍ପର୍କିୀତ କୌଣସି ରିପୋର୍ଟ ନ ଥିବାରୁ ଗାଁରେ ପହଞ୍ଚତ୍ବା ପରେ ଗ୍ରାମବାସୀ ତାଙ୍କୁ ବିରୋଧ କରୁଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ନବରଙ୍ଗପୁର ସହର ବସ୍‌ଷ୍ଟାଣ୍ଡରେ ସୋମବାର ଭୋର ୫ଟାରେ ୪୧ଜଣ ଦାଦନ ଶ୍ରମିକ ଆସି ପହଞ୍ଚତ୍ଥିଲେ। ସମସ୍ତେ କେରଳରୁ ବିଶାଖାପାଟଣା ପରେ ନବରଙ୍ଗପୁର ଆସିଥଲେ। ଦାଦନ ଶ୍ରମିକଙ୍କ ଆସିବା ଖବରପାଇ ଜିଲା ଶ୍ରମ ଅଧିକାରୀ ନରେନ୍ଦ୍ର ଗାଇପୋଇ ସେଠାରେ ପହଞ୍ଚତ୍ ଦାଦନ ଶ୍ରମିକଙ୍କ ପରିଚୟ ଓ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ। ଏଥିସହ ଏକ ଡାକ୍ତରୀ ଟିମ୍‌କୁ ଖବର ମଧ୍ୟ ଦେଇଥିଲେ। ଡାକ୍ତର ସେଠାରେ ପହଞ୍ଚତ୍ ଉକ୍ତ ଶ୍ରମିକମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। କେରଳରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି ବୋଲି ଶ୍ରମିକମାନେ କହିଥିଲେ। କିନ୍ତୁ ତାହାର କୌଣସି ପ୍ରମାଣ ସେମାନଙ୍କ ପାଖରେ ନ ଥିଲା। ଏହାପରେ କରୋନା ସମ୍ପର୍କରେ ଶ୍ରମିକମାନଙ୍କୁ ସଚେତନ କରାଯାଇଥିଲା। ୧୪ଦିନ ପର୍ଯ୍ୟନ୍ତ କାହାରି ସହ ମିଳାମିଶା କରିବେ ନାହିଁ, ଥଣ୍ଡା କାଶ ହେଲେ ଡାକ୍ତରଙ୍କ ପରାମର୍ଶ ନେବାକୁ ବୁଝାଯାଇଥିଲା। ଏହାପରେ ସେମାନଙ୍କୁ ନିଜ ଗାଁକୁ ପଠାଯାଇଥିବା ସୂଚନା ମିଳିଛି। ଏଣେ ଶ୍ରମିକମାନେ ନିଜ ଗାଁରେ ପହଞ୍ଚତ୍ବା ପରେ ସେମାନଙ୍କ ପାଖରେ ସ୍ବାସ୍ଥ୍ୟ ପରୀକ୍ଷାର କୌଣସି ରିପୋର୍ଟ ନ ଥିବାରୁ ଗ୍ରାମବାସୀ ସେମାନଙ୍କୁ ବିରୋଧ କରିଛନ୍ତି। ଶ୍ରମିକମାନେ ନିଜ ଘରେ ହିଁ ରହୁଥିବା ସୂଚନା ମିଳିଛି। ଏ ନେଇ ଜିଲା ଶ୍ରମ ଅଧିକାରୀ ନରେନ୍ଦ୍ର କୁମାର ଗଇପୋଇଙ୍କୁ ପଚାରିବାରୁ ସେ କହିଛନ୍ତି, ଶ୍ରମିକମାନେ କେରଳରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେବା କଥା କହିଥିଲେ। ତଥାପି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚରା ଯାଇଥିଲା। କିଛିଦିନ ମଧ୍ୟରେ ଥଣ୍ଡା, ଜ୍ୱର ଓ କାଶ ଆଦି ହୋଇ ନ ଥିବା ସେମାନେ କହିଥିଲେ। ସରକାରଙ୍କ କ୍ୱାରାଣ୍ଟାଇନ ସେଣ୍ଟରରେ ରହିବାକୁ କହିବାରୁ ସେମାନେ ଅରାଜି ହୋଇଥିଲେ। ତେଣୁ କାହା ସହ ମିଳାମିଶା ନ କରି ଘରେ ରହିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇ ଛଡାଯାଇଛି।

Share