Categories: ଜାତୀୟ

କେରଳରେ ଚିହ୍ନଟ ହେଲେ କରୋନା ଭୂତାଣୁ ସଂକ୍ରମିତ ଦ୍ୱିତୀୟ ବ୍ୟକ୍ତି

ଥିରୁଭାନନ୍ଥପୁରମ,୨।୨: କେରଳରେ ୩ ଦିନ ପୂର୍ବରୁ ଜଣେ କରୋନା ଭୂତାଣୁ ସଂକ୍ରମିତ ପଜିଟିଭ ମିଳିଥିବା ବେଳେ ଏବେ ଆଉ ଜଣେ ବ୍ୟକ୍ତି ଏଥିରେ ସଂକ୍ରମିତ ବୋଲି ଜଣାପଡିଛି। ତେବେ ଦ୍ୱିତୀୟ ବ୍ୟକ୍ତି ଜଣଙ୍କ ମଧ୍ୟ ଚାଇନାରୁ ଫେରିଥିବା କୁହାଯାଉଛି। ଏବେ ଏହି ବ୍ୟକ୍ତିଙ୍କୁ ହସ୍ପିଟାଲର ଆଇସୋଲେଶନ ଓ୍ବାର୍ଡରେ ରଖାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଚାଇନାରୁ ଆରମ୍ଭ ହୋଇଥିବା ଏହା କରୋନାଭାଇରସ ଏବେ ସାରା ବିଶ୍ୱକୁ ଏକ ପ୍ରକାର ବ୍ୟାପି ଗଲାଣି। ଏବେ କରୋନା ଭୂତାଣୁ ଆକ୍ରମଣରେ ଚାଇନାରେ ସର୍ବାଧିକ ୩ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଆଉ ହଜାର ହଜାର ଆକ୍ରାନ୍ତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏବେ ପ୍ରାୟ ସବୁ ଦେଶ ସେମାନଙ୍କ ନାଗରିକଙ୍କୁ ଚାଇନାରୁ ଫେରାଇ ନେଉଛନ୍ତି।

Share