Categories: ଜାତୀୟ

କେରଳରେ ଚିହ୍ନଟ ହେଲେ ତୃତୀୟ କରୋନାଭାଇରସ ପଜିଟିଭ

ଥିରୁଭାନନ୍ଥପୁରମ,୩।୨: ଡରାଇଲାଣି କରୋନାଭଇରସ। କେରଳରେ କରୋନାଭାଇରସରେ ଆକ୍ରାନ୍ତ ଥିବା ତୃତୀୟ ବ୍ୟକ୍ତିଙ୍କର ଚିହ୍ନଟ କରାଯାଇଛି। ଏହାପୂର୍ବରୁ ୨ଜଣଙ୍କ ନିକଟରେ କରୋନାଭାଇରସ ପଜିଟିଭ ମିଳିବା ପରେ ଏମାନଙ୍କର ଏବେ ଆଇସୋଲେଶନ ଓ୍ବାର୍ଡରେ ଚିକିତ୍ସା ଚାଲିଛି। ତୃତୀୟ ବ୍ୟକ୍ତି ଜଣଙ୍କ କାସରାଗଡ ଅଞ୍ଚଳର ହୋଇଥିବା ବେଳେ ଏବେ ସେ କନଜାନଗଡ ଜିଲା ହସ୍ପିଟାଲରେ ଚିକିତ୍ସିତ ହେଉଥିବା କହିଛନ୍ତି କେରଳର ସ୍ବାସ୍ଥ୍ୟ ମନ୍ତ୍ରୀ କେକେ ଶୈଳଜା। ଉକ୍ତ ତୃତୀୟ ଆକ୍ରନ୍ତ ଜଣଙ୍କ ଚାଇନାର ଉହାନ ଅଞ୍ଚରୁ ଫେରିଥିବା ସେ କହିଛନ୍ତି। ଏବେ ତାଙ୍କ ସ୍ବାସ୍ଥାବସ୍ଥା ସ୍ଥିର ରହିଛି। ସୂଚନାଯୋଗ୍ୟ, ଚାଇନାରେ କରୋନାଭାଇରସ ମହାମାରୀର ରୂପ ନେବା ପରେ ସେଠାରେ ଥିବା ଭାରତୀୟଙ୍କୁ ଏୟାର ଲିପ୍ଟ କରାଯାଇଛି। ଏବେ ଏମାନେ ଭାରତୀୟ ସେନା ଓ ଆଇଟିବିପି ଯବାନଙ୍କ ଦ୍ୱାରା କରାଯାଇଥିବା ସ୍ପତନ୍ତ୍ର ଶିବରରେ ରହିଥିବା ବେଳେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି।

Share