ଶେରଗଡ଼,୨୬ା୩(ଡି.ଏନ୍.ଏ.)- ଗଞ୍ଜାମ ଜିଲାର ବିଭିନ୍ନ ବ୍ଲକର ୫୦୦ରୁ ଉର୍ଦ୍ଧ୍ୱ ଶ୍ରମିକ କେରଳର ମାଙ୍ଗଅଭିରେ ଫସି ରହିଛନ୍ତି। କରୋନା ଯୋଗୁ ଲକ୍ଡାଉନ ପରେ ସେମାନଙ୍କ ଅବସ୍ଥା ଜଟିଳ ହୋଇ ପଡିଛି। ଗତ ୧୨ଦିନ ହେଲା ସେମାନଙ୍କୁ ଠିକ୍ରେ ଖାଇବାକୁ ମିଳୁନାହିଁ। ସେମାନେ କାମ କରୁଥିବା କମ୍ପାନୀ ଦରମା ଦେଉନାହିଁ। ଗାଡି ଚଳାଚଳ ବନ୍ଦ ହୋଇାଯାଇଥିବାରୁ ଘରକୁ ମଧ୍ୟ ଆସିପାରୁନାହାନ୍ତି। ଫସିରହିଥିବା ଶ୍ରମିକ ମାନେ ଶେରଗଡ଼, ସୋରଡା, ପୋଲସର, ଭଞ୍ଜନଗର, ବେଲଗୁଣ୍ଠା ଆଦି ଅଞ୍ଚଳର। ଏନେଇ ପରିବାର ଲୋକେ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଫୋନ କରି ଜଣାଇବା ସହ ମୁଖ୍ୟମନ୍ତ୍ରୀ, ଜିଲାପାଳ ଗଞ୍ଜାମଙ୍କୁ ତୁରନ୍ତ ଉଦ୍ଧାର ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି।