Posted inଜାତୀୟ

କେରଳରେ ବଢ଼ୁଛି ଶିଶୁ ଯୌନ ଶୋଷଣ ମାମଲା

କୋଚି, ୨୬।୧୧: ଦେଶରେ ଦେଖାଦେଉଥିବା ଶିଶୁ ଯୌନ ଶୋଷଣ ମାମଲା ମଧ୍ୟରୁ ସର୍ବାଧିକ ମାମଲା କେରଳରୁ ସାମ୍‌ନାକୁ ଆସିଛି। କେରଳ ଷ୍ଟେଟ୍‌ କମିଶନ ଫର୍‌ ପ୍ରୋଟେକ୍ସନ ଅଫ୍‌ ଦି ଚାଇଲ୍ଡ ରାଇଟ୍ସର ତଥ୍ୟ ଅନୁଯାୟୀ, କେରଳରେ ଶିଶୁମାନଙ୍କ ସହ ଯୌନ ଶୋଷଣ ମାମଲା ବଢ଼ି ବଢ଼ି ଚାଲିଛି ଏବଂ ସେମାନେ ଘରେ ଏବଂ ସ୍କୁଲରେ ମଧ୍ୟ ସୁରକ୍ଷିତ ନାହାନ୍ତି। ଶିଶୁ ଯୌନ ଶୋଷଣ ମାମଲାର ୨୧% ଘଟଣା ପିଲାଙ୍କ ଘରେ ଏବଂ ୪% ସ୍କୁଲରେ ଘଟିଥିବା ନେଇ ଜଣାପଡ଼ିଛି। ତେଣୁ ଶିଶୁ ନିର୍ଯାତାକୁ ନେଇ ଅଭିଭାବକ, ଶିକ୍ଷୟିତ୍ରୀ ଓ ଶିକ୍ଷକ ଏବଂ ପୋଲିସ ଅଧିକାରୀଙ୍କ ମଧ୍ୟରେ ସଚେତନତା ବୃଦ୍ଧିର ଆବଶ୍ୟକତା ରହିଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ରିପୋର୍ଟରେ ପୋକ୍‌ସୋ ଅଧିନିୟମ ଅନ୍ତର୍ଗତ ୪୬୬୩ଟି ମାମଲାର ବିଶ୍ଳେଷଣ କରାଯାଇଛି, ଯେଉଁଥିରୁ ୯୮୮ ଶିଶୁ ଯୌନ ଶୋଷଣ ମାମଲା(ପ୍ରାୟ ୨୧%) ପିଲାମାନଙ୍କ ଘରେ, ୭୨୫ ମାମଲା (୧୫%) ଅଭିଯୁକ୍ତଙ୍କ ଘରେ, ୯୩୫ ମାମଲା (୨୦%) ସାର୍ବଜନୀନ ସ୍ଥାନରେ, ୧୭୩ ମାମଲା(୪%) ସ୍କୁଲରେ, ୧୩୯ ମାମଲା (୩%) ଗାଡ଼ି ମଧ୍ୟରେ ଘଟିଥିବା ନେଇ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦ ମାନବ ସଭ୍ୟତା ପାଇଁ କଳଙ୍କ…, ୨୬/୧୧ ଆକ୍ରମଣକୁ ନେଇ ବର୍ଷିଲେ ଶାହା

ନୂଆଦିଲ୍ଲୀ,୨୬।୧୧: ଗୋଟିଏ ପଟେ, ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବରେ ସ୍ମରଣ କରାଯାଉଥିବାବେଳେ ଅନ୍ୟ ପଟେ ଏହି ତାରିଖ ସହିତ ଜଡିତ ଏକ ଅନ୍ଧକାର ଦିନ...

RBI ଗଭର୍ନର ଶଶିକାନ୍ତ ଦାସ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ,୨୬।୧୧: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଭଗର୍ନର ଶଶିକାନ୍ତ ଦାସ ଅସୁସ୍ଥ ଥିବା ଖବର ମିଳିଛି। ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏସିଡିଟି...

ଆଦାନୀ ଗ୍ରୁପ୍‌ର ୧୦୦ କୋଟିକୁ ଅଗ୍ରାହ୍ୟ କଲେ ତେଲଙ୍ଗାନା ସରକାର

ହାଇଦ୍ରାବାଦ,୨୬ା୧୧: ତେଲଙ୍ଗାନାରେ ଯୁବବର୍ଗଙ୍କ ମଧ୍ୟରେ ଔଦ୍ୟୋଗିକ ଦକ୍ଷତା ବଢ଼ାଇବା ଲକ୍ଷ୍ୟରେ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀସମୂହ ଆଦାନୀ ଗ୍ରୁପ ଦକ୍ଷତା ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ୧୦୦ କୋଟି...

ଦିଲ୍ଲୀରେ ଜିଆର୍‌ଏପି-୪ ବଳବତ୍ତର ରହିବ

ନୂଆଦିଲ୍ଲୀ,୨୬ା୧୧(ପି.ଟି.): ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ବି ଉତ୍କଟ ରହିଥିବାରୁ ଗ୍ରେଡେଡ୍‌ ରେସ୍ପନ୍ସ ଆକ୍ସନ ପ୍ଲାନ୍‌ର ଚତୁର୍ଥ ପର୍ଯ୍ୟାୟ (ଜିଆର୍‌ଏପି-୪) ବଳବତ୍ତର ରହିବ ବୋଲି ସୁପ୍ରିକୋର୍ଟ ସୋମବାର...

ଆଣ୍ଡାମାନ୍‌ ସାଗରରୁ ୫ ଟନ୍‌ ଡ୍ରଗ୍ସ ଜବତ

ନୂଆଦିଲ୍ଲୀ,୨୬ା୧୧: ଆଣ୍ଡାମାନ୍‌ ସାଗରରେ ଏକ ମାଛଧରା ବୋଟ୍‌ରୁ ତଟସୁରକ୍ଷା ବାହିନୀ (ଆଇସିଜି) ୫ ଟନ୍‌ରୁ ଊର୍ଦ୍ଧ୍ୱ ଡ୍ରଗ୍ସ ଜବତ କରିଛି। ମ୍ୟାନ୍‌ମାର ଫିଶିଂ ବୋଟ୍‌ରୁ ଏହି ମେଥାମ୍ଫେଟାମାଇନ୍‌...

ସମ୍ଭଲ ହିଂସାକୁ ନେଇ ତେଜିଲା ରାଜନୀତି

ନୂଆଦିଲ୍ଲୀ/ସମ୍ଭଲ,୨୬ା୧୧: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଜୁମା ମସ୍‌ଜିଦ ପରିସରରେ ରବିବାର ସର୍ଭେକୁ ବିରୋଧ ବେଳେ ହିଂସାକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପୋଲିସ ୭ ଜଣଙ୍କୁ...

୩ ବର୍ଷରେ ୭୧ ବାଘଙ୍କ ଅସ୍ବାଭାବିକ ମୃତ୍ୟୁ

ନୂଆଦିଲ୍ଲୀ, ୨୬।୧୧:୨୦୨୧ରୁ ବର୍ତ୍ତମାନ ସୁଦ୍ଧା ଦେଶରେ ୭୧ ବାଘଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସୋମବାର ଲୋକ ସଭାରେ ଏକ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଜଙ୍ଗଲ,...

ସମ୍ବିଧାନରେ ‘ସମାଜବାଦ’, ‘ଧର୍ମନିରପେକ୍ଷ’ ଶବ୍ଦ ରହିବ

ନୂଆଦିଲ୍ଲୀ,୨୬ା୧୧(ପି.ଟି.):ସମ୍ବିଧାନର ପ୍ରସ୍ତାବନାରେ ରହିଥିବା ସମାଜବାଦ, ଧର୍ମନିରପେକ୍ଷ ଏବଂ ଅଖଣ୍ଡତା ଶବ୍ଦକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା କେତେକ ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ୧୯୭୬ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri