Categories: ଜାତୀୟ

କେରଳରେ ବନ୍ୟା,: ୧୪ ମୃତ, ଅଗଷ୍ଟ ୧୧ ପର୍ଯ୍ୟନ୍ତ ବିମାନସେବା ବନ୍ଦ

ଥିରୁଭାନନ୍ତପୁରମ୍‌, ୯।୮: କେରଳରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ଏର୍ନାକୁଲମ, ତ୍ରିଶୁର, ପଠାନମଥିଟ୍ଟା, ମଲ୍ଲପୁରମ ଆଦି ଜିଲାରେ ବନ୍ୟା ପରିସ୍ଥିତି ଭୟଙ୍କର ହୋଇଛି। ବର୍ଷା ପାଣି ଘରେ ପଶିଯିବାର ଲୋକେ ନାହିଁ ନ ଥିବା ଅସୁବିଧାର ସାମ୍ନା କରୁଛନ୍ତି। ଏପର୍ଯ୍ୟନ୍ତ ବନ୍ୟା ଯୋଗୁ ୧୪ ଜଣଙ୍କ ଲୋକଙ୍କ ମୃତ୍ୟୁ ଘଟିଛି। ଗୁରୁବାର ବିଭିନ୍ନ ଯାଗରେ ୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଶୁକ୍ରବାର ସକାଳୁ ୮ଜଣଙ୍କ ମୃତ ହୋଇଥିବା ସୂଚନା ମିଳିଛଇ। କୋଚି ବିମାନବନ୍ଦରରେ ପାଣି ପଶିଯିବା ଯୋଗୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ବିମାନ ସେବା ବନ୍ଦ ରଖାଯାଇଛି। ଏପର୍ଯ୍ୟନ୍ତ ୨୨,୧୬୫ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

Share