Categories: ଜାତୀୟ

କେରଳରେ ଲାଗୁ ହେବନି ଏନ୍‌ପିଆର୍‌

ଥିରୁଭାନନ୍ଥପୁରମ୍‌,୭-୨ (ପି.ଟି.):ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) କେରଳରେ ଲାଗୁ ହେବନାହିଁ, କିନ୍ତୁ ଜନଗଣନା ପ୍ରକ୍ରିୟା ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ରାଜ୍ୟ ବିଧାନସଭାରେ କହିଛନ୍ତି। ଏନ୍‌ପିଆର୍‌କୁ ନେଇ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍‌ ଏବଂ ସରକାରୀ ଦଳ ମଧ୍ୟରେ ହଟ୍ଟଗୋଳ ହେବା ପରେ ମୁଖ୍ୟମନ୍ତ୍ରୀ ଗୃହକୁ ଉପରୋକ୍ତ ପ୍ରତିଶ୍ରୁତି ଦେଇଥିଲେ।କେନ୍ଦ୍ରର ବିଜ୍ଞପ୍ତିକୁ ଖାରଜ କରିବା କ୍ଷମତା ରାଜ୍ୟର ନ ଥିବାରୁ ଜନଗଣନା ପ୍ରକ୍ରିୟା ଆରମ୍ଭ ଲାଗି ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା କହିଥିଲେ। ସାରା ଦେଶରେ ଏନ୍‌ଆର୍‌ସି କାର୍ଯ୍ୟକାରୀ କରିବା ପାଇଁ ଏନ୍‌ପିଆର ସୁଯୋଗ ସୃଷ୍ଟି କରିବାକୁ ଯାଉଥିବାରୁ ଏହାକୁ ବନ୍ଦକରିବା ଲାଗି ଡିସେମ୍ବରରେ କେରଳ ସରକାର ନିଷ୍ପତ୍ତି ନେଇଥିଲେ।

Share